ଆପଣଙ୍କ ଇମେଲ ଆଇଡି, ମୋବାଇଲ ଡାଟା ଲିକ ହୋଇଛି କି ? ଜାଣିବା ପାଇଁ ଏମିତି କରନ୍ତୁ ଚେକ

ମୋବାଇଲ, ଲାପଟପ ଆଦିରୁ ଡାଟା ଲିକ ହେଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । କାହାର ଫେସବୁକ ଡାଟା ଲିକ ହେଉଛିତ କାହାର କୌଣସି ଏକ ଶପିଂଗ ସାଇଟର ଡାଟା ଲିକ ହେଉଥିବା ନେଇ ଅଭିଯୋଗ ବି ଦାୟର ହେଉଛି । ଆଉ ଥରେ ଲିକ ହେଲେ ଆପଣଙ୍କ ଇମେଲ ଆଇଡି, ପାସୱାର୍ଡ, ମୋବାଇଲ ନମ୍ବର ଆଦି ହ୍ୟାକର୍ସଙ୍କ ପାଖରେ ପହଞ୍ଚିଯାଏ । ଯାହା ପରେ ସେମାନେ ଡାର୍କ ୱେବସାଇଟ ଜରିଆରେ ଡାଟା ବିକ୍ରି କରିଦିଅନ୍ତି । ଆଉ ଏସମୟରେ ମନରେ ପ୍ରଶ୍ନ ଉଠେଯେ ଆପଣଙ୍କ ଇମେଲ ଆଇଡି କିମ୍ବା ପାସ୍ୱାର୍ଡ ଚୋରି ହୋଇଛିକି ନାହିଁ କେମିତି ଜଣାପଡିବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର କିଛି ସେକେଣ୍ଡରେ ହିଁ ଆପଣ ଏବାବଦରେ ଜାଣି ପାରିବେ । ତେବେ ଜାଣିରଖନ୍ତୁ ଏବାବଦରେ ।

ପ୍ରଥମେ ଆପଣ ନିଜ ଫୋନ କିମ୍ବା ଲାପଟପର ୱେବ ବ୍ରାଉଜରକୁ ଯାଆନ୍ତୁ । ଆଉ ଏହା ପରେ haveibeenpwned.com ଉପରେ ଟାଇପ କରନ୍ତୁ | ଏହାର ଠିକ ପରେ କ୍ୟାପଚା ଦେଲେ ଏକ ନୂଆ ଟାଵ ଖୋଲିଯିବ । ଏହାର ଠିକ ପରେ ଏକ ନୂଆ ଟାଵ ଖୋଲିବ । ଯେଉଁଥିରେ ଆପଣ ନିଜ ଇମେଲ ଆଇଡି ଦେଇ ଚେକ କରିପାରିବେ ଯେ ଆପଣଙ୍କ ଇମେଲ ଆଇଡି ହ୍ୟାକ ହେଇଛିକି ନାହିଁ । ଆଇଡି ଦେବା ପରେ ଯଦି ଆପଣଙ୍କୁ Good news -no pwnage found ପରି ମେସେଜ ଆସୁଛି ତେବେ ଜାଣନ୍ତୁ ଆପଣଙ୍କ ମୋବାଇଲ ନମ୍ବର hack ହୋଇନି । କିନ୍ତୁ ଯଦି Oh no – pwnage ଲେଖା ହୋଇଥିବା ନଜର ଆସିବ । ତେବେ ଜାଣି ରଖିବେ ଯେ ଆପଣଙ୍କ ଆଇଡି hack ହୋଇଯାଇଛି ।

ଏମିତି କିଛି ପରିସ୍ଥିତି ଦେଖାଦେଲେ ଆପଣ ଆଗ ନିଜ ଇମେଲ ଆଇଡ଼ିକୁ ବଦଳାଇ ନିଅନ୍ତୁ । ଏହା ସହ ନିଜ ପାସୱାର୍ଡ଼, ସୋସିଆଲ କେୟାରକଟର ଆଦିକୁ ତୁରନ୍ତ ବଦଳାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.