Below header

Xiaomi ଲଞ୍ଚ୍‌ କଲା Mi Watch Color, ଜାଣନ୍ତୁ କ’ଣ ରହିଛି ଖାସିୟତ୍‌

Xiaomi ନିଜର ନୂଆ ସ୍ମାର୍ଟଓ୍ଵାଚ୍‌ Mi Watch Color ଲଞ୍ଚ୍‌ କରିଛି। ସାଓମୀର ଏହି ସ୍ମାର୍ଟଓ୍ଵାଚ୍‌ରେ ରାଉଣ୍ଡ୍‌ ଡାଏଲ୍‌ ଦିଆଯାଇଛି। ନିକଟରେ ଲଞ୍ଚ୍‌ ହୋଇଥିବା Mi Watchରେ ରେକ୍ଟ୍ରାଙ୍ଗୁଲାର୍‌ ଡାଏଲ୍‌ ଦିଆଯାଇଥିଲା। କିନ୍ତୁ ଏହି ନୂଆ Mi Watch Colorକୁ ୩ଟି ଡାଏଲ୍‌ କଲର୍‌ ଅପ୍‌ଶନ ସହ ବଜାରକୁ ଅଣାଯାଇଛି। ଏହାସହିତ ଷ୍ଟ୍ରାପ୍‌ର ମଧ୍ୟ ବିଭିନ୍ନ ଶେଡ୍‌ ଏବଂ ମ୍ୟାଟେରିଆଲ୍‌ ଅପ୍‌ଶନ ମିଳିବ।

ଫିଚର୍ସରେ ସାଓମୀ Watch Colorରେ ଆପଣଙ୍କୁ ହାର୍ଟ ରେଟ୍‌ ଟ୍ରାକିଂ, ସ୍ଲିପ୍‌ ମନିଟରିଙ୍ଗ୍‌ ଏବଂ ଫିଟ୍‌ନେଟ ଟ୍ରାକିଂ ଭଳି ଅପ୍‌ଶନ ଉପଲବ୍ଧ ରହିଛି। ଯଦିଓ କମ୍ପାନୀ ଓ୍ଵାଚ୍‌ର ଦାମ୍‌ ଏବଂ ସ୍ପେସିଫିକେଶନ ବିଷୟରେ କୌଣସି ଘୋଷଣା କରିନାହିଁ।

mi2

ଅଫିସିଆଲ୍‌ Mijia Weibo ଦ୍ୱାରା ଶେୟାର କରାଯାଇଥିବା ପୋଷ୍ଟରେ Mi Watch Colorର ଡିଜାଇନ୍‌ ଦେଖାଯାଇପାରିବ। ଏଠାରେ ସ୍ପେସିଫିକେଶନ୍ସ ଯେପରି ଡିସ୍‌ପ୍ଲେ ସାଇଜ୍‌ ଏବଂ ରିଜୋଲ୍ୟୁଶନ, ବ୍ୟାଟେରୀ କ୍ୟାପାସିଟି, ସେନ୍ସର, ପ୍ରୋସେସର ଏବଂ ମେମୋରୀ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ପୋଷ୍ଟରେ କିଛି ବଛା ବଛା ଫିଚର୍ସ ଯେପରି, କଲିଂ ଆଣ୍ଡ ଆପ୍‌ ନୋଟିଫିକେଶନ୍ସ ଏବଂ କ୍ୟୁଆର୍‌ କୋଡ୍‌ ପେମେଣ୍ଟ ସପୋର୍ଟର ସୂଚନା ଦିଆଯାଇଛି।

mi3

ପୋଷ୍ଟ କରାଯାଇଥିବା ଟିଜର ଟ୍ରେଲର ମୁତାବକ, ସାଓମୀ Watch Color ୩ଟି ଡାଏଲ୍‌ କଲର୍‌ ଅପ୍‌ଶନ ଯଥା- ବ୍ଲାକ୍‌, ଗୋଲ୍ଡ ଏବଂ ସିଲ୍‌ଭରରେ ଆସିବ। କେବଳ ଏତିକି ନୁହେଁ, ଷ୍ଟ୍ରାପ୍‌ ପାଇଁ ବିଭିନ୍ନ ପ୍ରକାର କଲର୍‌ ଏବଂ ମ୍ୟାଟେରିଆଲ୍‌ ଯେପରି, ରବର, ସିଲିକନ୍‌, ଲେଦର ଓ ମେଟାଲ୍‌ର ଚଏସ୍‌ ଦିଆଯିବ।

mi1

କମ୍ପାନୀର କହିବା ଅନୁଯାୟୀ, ସାଓମୀ Watch Colorରେ ଲମ୍ବା ବ୍ୟାଟେରୀ ମିଳିବ। ଏହି Watch Colorକୁ ୩ ଜାନୁୟାରୀରେ ପ୍ରଥମେ ଚୀନ୍‌ରେ ଉପଲବ୍ଧ କରାଯିବ। ଯଦିଓ ଭାରତ ଏବଂ ଅନ୍ୟାନ୍ୟ ବଜାରରେ ଏହାର ଉପଲବ୍ଧତା ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.