Below header

ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ: ଡିଜିପି କହିଲେ, 5T ଓ ମୋ ସରକାରର ସଫଳତା ନେଇ ଓଡ଼ିଶା ପୋଲିସ ପ୍ରତିବଦ୍ଧ

ଭୁବନେଶ୍ବର: ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ। 5T ଓ ମୋ ସରକାରର ସଫଳତା ନେଇ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବ ଓଡ଼ିଶା ପୋଲିସ। ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି ପୋଲିସ ଡିଜି ଅଭୟ। ୨୦୧୯ ବର୍ଷରେ ଓଡ଼ିଶା ପୋଲିସ ବିଭିନ୍ନ ଦୃଷ୍ଟିରୁ ବେଶ ଭଲ କାର୍ଯ୍ୟ କରିଛି। ଆଗକୁ ବି ଏହାକୁ ବଜାୟ ରଖିବାକୁ ସେ ଆଶା ରଖିଛନ୍ତି। ଏହାସହ ନୂଆବର୍ଷ ପାଇଁ ପୁରୀକୁ ଅଧିକ ପର୍ଯ୍ୟଟକ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆର୍ମଡ ପୋଲିସ ଫୋର୍ସ ଓ ଅଧିକାରୀମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ପୁରୀର ସୌନ୍ଦର୍ଯ୍ୟକରଣ ନେଇ ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୁରୀ ସହ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର ଭଳି ସହରରେ ଜିରୋ ନାଇଟ ସେଲିବ୍ରେସନ ଉପରେ ନଜର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.