ଏହି କମ୍ପାନୀ ନେଇ ଆସୁଛି ଆପଲ ୱାଚର ନକଲ , ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟୱାଚର ବିଶେଷତ୍ୱ

ଚୀନର ସ୍ମାର୍ଟଫୋନ କମ୍ପାନୀ Xiaomi ନିଜର ପ୍ରଥମ ସ୍ମାର୍ଟୱାଚ ଲାଞ୍ଚ କରିବାକୁ ଯାଉଛି । ନଭେମ୍ବର ୫ ତାରିଖ ବା ମଙ୍ଗଳବାରକୁ ଏହାକୁ ଗ୍ଲୋବାଲ ଲେବୁଲରେ ଲଞ୍ଚ କରାଯିବ ତା ସହିତ ଏହି ସ୍ମାର୍ଟୱାଚର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଜାରି କରାଯାଇଛି । ଏହିସବୁ ଫଟୋରେ ଦେଖାଯାଇଛି ଯେ Xiaomi ସ୍ମାର୍ଟୱାଚର ଡିଜାଇନ ଓ ଲୁକ ଅଧିକାଂଶ ଭାବେ ଆପଲ ସିରିଜ 5 ସ୍ମାର୍ଟୱାଚ ସହିତ ମିଶିଯାଉଛି ।

Xiaomi ସ୍ମାର୍ଟୱାଚର ସମ୍ଭାବିତ ସ୍ପେସିଫିକେସନ

ସୂଚନା ଅନୁଯାୟୀ କମ୍ପାନୀ ଏହି ୱାଚକୁ ନିଜର ସବବ୍ରାଣ୍ଡ MIJIA ସହିତ ମିଶି ପ୍ରସ୍ତୁତ କରୁଛି । ଯଦିଓ ଏହି ୱାଚର ଦର ଓ ଫିଚରକୁ ନେଇ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ କିନ୍ତୁ ଲଞ୍ଚ ହେବ ପୂର୍ବରୁ ହିଁ Xiaomi ସ୍ମାର୍ଟୱାଚକୁ ନେଇଇ ଅନେକ ରିପୋର୍ଟ ଲିକ ହୋଇସାରିଛି ।

Image result for xiaomi smart watch

 

ଏହାସହ ପଢନ୍ତୁ 108MP ପ୍ରାଇମେରୀ କ୍ୟାମେରା ସହ ଲଞ୍ଚ ହେଉଛି Xiaomi Mi CC9 Pro, ମିଳିବ ୪ଟି ଆଡିସନାଲ କ୍ୟାମେରା

ଲିକ ରିପୋର୍ଟ ଅନୁଯାୟୀ ଗ୍ରାହକମାନଙ୍କୁ ଏହି ୱାଚରେ 3D କାର୍ଡ ଗ୍ଲାସ ମିଳିବ । ଏହା ବ୍ୟତୀତ Xiaomi ର ସବବ୍ରାଣ୍ଡ MIJIA ମଧ୍ୟ ଏହି ଡିଭାଇସର ଅନେକ ଫଟୋ ସେୟାର କରିଛି । ଯେଉଁଥିରେ ଏହାର ମୋଟେଇ ଏବଂ ଅନ ଅଫ ବଟନକୁ ଦେଖାଯାଇପାରିବ ।

ସ୍ମାର୍ଟୱାଚରେ ମିଳିବ ଇ-ସିମର ସପୋର୍ଟ

ସୂଚନା ଅନୁଯାୟୀ ଏହି ୱାଚରେ ୟୁଜର୍ସ ମାନଙ୍କୁ ଇ-ସିମର ସପୋର୍ଟ ମଧ୍ୟ ମିଳିବ ଯାହାଦ୍ୱାରା ଅତି ସହଜରେ ଇଣ୍ଟରନେଟ ଆକ୍ସେସ କରାଯାଇ ପାରିବ । ଏହା ବ୍ୟତୀତ କମ୍ପାନୀ ସ୍ମାର୍ଟ ୱାଚରେ ଜିପିଏସ, ୱାଇଫାଇ, ଜୁମ୍ବୋ ବ୍ୟାଟେରୀ ଏବଂ ସ୍ପିକରର ସପୋର୍ଟ ମଧ୍ୟ ଦବ । ଏହାସହିତ ଗ୍ରହମାନଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି କମ୍ପାନୀ ଏଥିରେ Qualcomm Snapdragon Wear 3100 SoC ମଧ୍ୟ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.