ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି X ର ଟିଭି ଆପ୍‌, ସୂଚନା ଦେଲେ ଏଲନ୍‌ ମସ୍କ

ଟିଭି ଆପ୍ ମାଧ୍ୟମରେ X ର ଭିଡିଓ ଟିଭିକୁ ପଠାଇବାକୁ ଏଲନ୍ ମସ୍କ ପ୍ଲାନ୍‌ କରିଛନ୍ତି । ଏହି ଆପ୍‌ ଦ୍ୱାରା ଏଲନ୍‌ ମସ୍କଙ୍କୁ ବିଜ୍ଞାପନ ଦ୍ୱାରା ଟଙ୍କା ମିଳିବ ବୋଲି କୁହାଯାଉଛି । କିନ୍ତୁ ଟିଭି ଆପ୍‌ ଦ୍ୱାରା ମନିଟାଇଜେସନକୁ ନେଇ କିଛି ବି ଘୋଷଣା କରାଯାଇ ନାହିଁ ।

ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି X ର ଟିଭି ଆପ୍‌ । X ର ମାଲିକ ଏଲନ୍‌ ମସ୍କ ଏହାକୁ ନେଇ ସୂଚନା ଦେଇଛନ୍ତି । X ପୂର୍ବରୁ ଟ୍ୱିଟର ଭାବରେ ଜଣାଥିଲା । X ଟିଭି ଆପ୍ ପାଇଁ ଏଲନ୍ ମସ୍କ ଦୁଇଟି ବଡ କମ୍ପାନୀ ସହିତ ପାର୍ଟନରସିପ୍‌ କରିଛନ୍ତି । X ବର୍ତ୍ତମାନ ୟୁଟ୍ୟୁବ୍ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛି । ଆସନ୍ତା ସପ୍ତାହରୁ X ଟିଭି ଆପର ଅପଡେଟ୍ ରିଲିଜ୍ ହେବ ।

ରିପୋର୍ଟ ଅନୁଯାୟୀ X ର ଟିଭି ଆପ୍ ୟୁଟ୍ୟୁବ୍ ଟିଭି ଆପ୍ ଭଳି ନଜର ଆସୁଛି । ଟିଭି ଆପ୍ ମାଧ୍ୟମରେ X ର ଭିଡିଓ ଟିଭିକୁ ପଠାଇବାକୁ ଏଲନ୍ ମସ୍କ ପ୍ଲାନ୍‌ କରିଛନ୍ତି । ଏହି ଆପ୍‌ ଦ୍ୱାରା ଏଲନ୍‌ ମସ୍କଙ୍କୁ ବିଜ୍ଞାପନ ଦ୍ୱାରା ଟଙ୍କା ମିଳିବ ବୋଲି କୁହାଯାଉଛି । କିନ୍ତୁ ଟିଭି ଆପ୍‌ ଦ୍ୱାରା ମନିଟାଇଜେସନକୁ ନେଇ କିଛି ବି ଘୋଷଣା କରାଯାଇ ନାହିଁ ।

ଏଲନ୍ ମସ୍କ X କୁ ଧୀରେ ଧୀରେ ଭିଡିଓ ପ୍ଲାଟଫର୍ମ ଆଡକୁ ନେଉଛନ୍ତି । କିଛି ଦିନ ପୂର୍ବରୁ ସେ ଏକ ସ୍ୱତନ୍ତ୍ର ସୋ’ ପାଇଁ ଏକ ନ୍ୟୁଜ୍ ଚ୍ୟାନେଲର ପ୍ରସିଦ୍ଧ ଆଙ୍କର୍ ଙ୍କ ସହିତ ପାର୍ଟନରସିପ୍‌ କରିଥିଲେ । କହି ରଖିବାକୁ ଚାହିଁବୁ ଯେ ଏଲନ୍ ମସ୍କ ୟୁଟ୍ୟୁବ୍ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଥିଲେ ମଧ୍ୟ X ଟିଭି ଆପ୍ ୟୁଟ୍ୟୁବ୍ ସହିତ ପ୍ରତିଯୋଗିତା କରିବା ସେତେ ସହଜ ନୁହେଁ । ଆପଣ ବିଶ୍ୱର ସମସ୍ତ ସ୍ମାର୍ଟ ଟିଭିରେ ଡିଫଲ୍ଟ ଆପ୍‌ ଭାବରେ ୟୁଟ୍ୟୁବ୍ କୁ ହିଁ ପାଇବେ । ତେଣୁ X ଟିଭି ଆପ୍ ର ଚାହିଦା ୟୁଜର୍ସଙ୍କ ମଧ୍ୟରେ କେତେ ରହିବ ତାହା ଜଣା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.