ରିଟାୟରମେଣ୍ଟକୁ ନେଇ ଖୁଲାସା କଲେ ରୋହିତ ଶର୍ମା, କହିଲେ କେବେ ନେବେ ସନ୍ନ୍ୟାସ

ବର୍ତ୍ତମାନ ସମୟରେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି । ଏବେ ସନ୍ନ୍ୟାସ ନେବାର କୌଣସି ପ୍ଲାନ ନାହିଁ । ଯେଉଁଦିନ ମୁଁ ଅନୁଭବ କରିବି କି ମୁଁ ଭଲ ଖେଳିପାରୁନାହିଁ । ସେଦିନ ମୁଁ ତୁରନ୍ତ ଅବସର ଗ୍ରହଣ କରିବି ।

ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଓପନର ମଧ୍ୟରେ ରୋହିତ ଶର୍ମାଙ୍କ ନାମ ଆଗରେ । ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଜବାବ ଦେଇଛନ୍ତି ରୋହିତ । ଧର୍ମଶାଳାରେ ଶେଷ ଟେଷ୍ଟ ବିଜୟ ପରେ ରୋହିତ ନିଜ ଅବସରକୁ ନେଇ ଚର୍ଚ୍ଚା ଚାଲିଥିଲା । କିଛି ଲୋକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ । ଏହାରି ମଧ୍ୟରେ ରୋହିତ ଶର୍ମା ନିଜେ ସନ୍ନ୍ୟାସ ନେବା ପ୍ଲାନ ବିଷୟରେ ଖୁଲାସା କରିଛନ୍ତି ।

ରୋହତ ଶର୍ମା କହିଛନ୍ତି, ବର୍ତ୍ତମାନ ସମୟରେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି । ଏବେ ସନ୍ନ୍ୟାସ ନେବାର କୌଣସି ପ୍ଲାନ ନାହିଁ । ଯେଉଁଦିନ ମୁଁ ଅନୁଭବ କରିବି କି ମୁଁ ଭଲ ଖେଳିପାରୁନାହିଁ । ସେଦିନ ମୁଁ ତୁରନ୍ତ ଅବସର ଗ୍ରହଣ କରିବି ।

ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ୫ମ ଏବଂ ଶେଷ ଟେଷ୍ଟରେ ଗୋଟେ ଇନିଂସ ଏବଂ ୬୪ ରନରେ ଜିତି ସିରିଜ କବଜା କରିଛି । ଧର୍ମଶାଲାରେ ଖେଳା ଯାଉଥିବା ୫ମ ଟେଷ୍ଟର ପ୍ରଥମ ଇନିଂସରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ(୫ ୱିକେଟ) ଯୋଗୁ ଇଂଲଣ୍ଡ ମାତ୍ର ୨୧୮ ରନ କରିଥିଲା । ଏହାର ଜବାବରେ ରୋହିତ ଶର୍ମା(୧୦୩) ଓ ଶୁବମନ ଗିଲ(୧୧୦)ଙ୍କ ଶତକ ବଳରେ ଭାରତ ୪୭୭ ରନ କରି ନେଇଥିଲା । ଫଳରେ ଭାରତକୁ ପ୍ରଥମ ଇନିଂସରେ ୨୫୯ ରନର ଲିଡ ମିଳି ଯାଇଥିଲା ।

ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନୀ କମାଲ କରିଥିଲେ । ଅଶ୍ୱିନୀ ୫ଟି ଓ୍ଵିକେଟ ହାସଲ କରିଥିବା ବେଳେ ବୁମରା ୨ଟି, କୁଲଦୀପ ୨ଟି ଏବଂ ରବିନ୍ଦ୍ର ଜାଡେଜା ୧ଟି ଓ୍ଵିକେଟ ନେଇଥିଲେ । ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଥିଲା ।

୨୦୧୯ ମସିହା ଦିନିକିଆ ବିଶ୍ୱକପରେ ରୋହିତ ୫ଟି ଶତକ ହାସଲ କରି ରେକର୍ଡ କରିଥିବା ବେଳେ ୨୦୨୩ ବିଶ୍ୱକପରେ ଦମଦାର ଆରମ୍ଭ କରିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.