Below header

ମାତ୍ର ୫୩ ହଜାର ଟଙ୍କାରେ କିଣି ପାରିବେ MacBook Air, ଆପଣଙ୍କ ପାଇଁ ଆସୁଛି ଦମଦାର୍‌ ଡିଲ୍‌

ସେଲରେ ଆପଣ ୧ ଲକ୍ଷ ଟଙ୍କା ଦାମର MacBook Air ମାତ୍ର ୫୩ ହଜାର ଟଙ୍କାରେ କିଣିବାର ସୁଯୋଗ ପାଇପାରିବେ । ଯଦି ଆପଣ ଏହି ଡିଲ୍‌ରେ MacBookକୁ କିଣି ନପାରନ୍ତି ତେବେ ଆପଣଙ୍କୁ ପୁଣି ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ଖୁବ ଶୀଘ୍ର ଇ-କମର୍ସ ସାଇଟଗୁଡ଼ିକରେ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଏହି ସେଲରେ ଆପଣ ୧ ଲକ୍ଷ ଟଙ୍କା ଦାମର MacBook Air ମାତ୍ର ୫୩ ହଜାର ଟଙ୍କାରେ କିଣିବାର ସୁଯୋଗ ପାଇପାରିବେ । ଯଦି ଆପଣ ଏହି ଡିଲ୍‌ରେ MacBookକୁ କିଣି ନପାରନ୍ତି ତେବେ ଆପଣଙ୍କୁ ପୁଣି ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ସୂଚନା ଥାଉ କି ଅକ୍ଟୋବର ୮ରୁ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ସେଲ୍‌ ଏବଂ ଫ୍ଲିପକାର୍ଟରେ ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଏହି ସେଲରେ ଆପଣଙ୍କୁ ବ୍ରାଣ୍ଡେଡ୍‌ ଆପଲ୍‌, ସାମସଙ୍ଗ୍‌ ସମେତ ଅନ୍ୟ କମ୍ପାନୀମାନଙ୍କର ପ୍ରଡକ୍ଟ ଊପରେ ଦମଦାର ଡିସକାଉଣ୍ଟ ମିଳିବ । ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ MacBook Air ଉପରେ ମିଳୁଥିବା ସମସ୍ତ ଅଫର ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ଇ-କମର୍ସ ସାଇଟ ଆମାଜନରେ ଆପଣ ଆପଲ ମାକବୁକ୍‌ ଏୟାରରେ ଆପଣ ଅଫର ପାଇ ପାରିବେ । ଏଠାରେ ଏହି MacBookର ଦାମ୍‌ ହେଉଛି ୯୯,୯୯୦ ଟଙ୍କା । କିନ୍ତୁ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍‌ରେ ଆପଣ ଏହାକୁ ୬୨,୯୯୦ ଟଙ୍କାରେ କିଣି ପାରିବେ । ଯଦି ଆପଣଙ୍କର ଏସବିଆଇ ବ୍ୟାଙ୍କ କାର୍ଡ ଥିବ ତେବେ ଆପଣ ଏଥିରେ ୩,୭୫୦ ଟଙ୍କାର ଡିସକାଉଣ୍ଟ ପାଇ ପାରିବେ । ଏହା ବ୍ୟତୀତ ଆପଣ ୬,୨୪୧ ଟଙ୍କାର ଏକ୍ସଚେଞ୍ଜ ଅଫର ପାଇପାରିବେ । ଏହି ଭଳି ଭାବେ ଆପଣ ଏହି MacBookକୁ ୫୨,୯୯୯ ଟଙ୍କାରେ କିଣି ପାରିବେ ।

MacBook Air M1ରେ ୧୩.୩୦ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ ୨୫୬୦/୧୬୦୦ ପିକ୍ସେଲ ରହିଛି । ଲାପଟପ୍‌ରେ M1 ଚିପସେଟ୍‌ ଦିଆଯାଇଛି । ଏହା 8 GB RAM ଏବଂ 512 GB ଷ୍ଟୋରେଜ୍ ସହିତ ଆସିଥାଏ । କନେକ୍ଟିଭିଟି ପାଇଁ ଲାପଟପରେ ବ୍ଲୁଟୁଥ୍, ୨ ଟି USB ପୋର୍ଟ, ହେଡଫୋନ୍ ଏବଂ ମାଇକ୍ କମ୍ବୋ ଭଳି ପୋର୍ଟଗୁଡିକ ଦିଆଯାଇଛି । ଲାପଟପ୍ MacOS ଅପରେଟିଂ ସିଷ୍ଟମରେ କାମ କରେ । ଏହାର ଓଜନ ୧.୨୯ କିଲୋଗ୍ରାମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.