YouTube ଆଣିଲା ନୂଆ ଫିଚର, Short Videos ବନାନ୍ତୁ ପଇସା କମାନ୍ତୁ

ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲ୍ସ ବା ସର୍ଟ ଭିଡିଓ ଦେଖିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଉ ୟୁଜର୍ସ ଏବେ ଅଧିକ ସମୟ ଏସବୁ ସର୍ଟ ଭିଡିଓ ଦେଖିବାରେ ସମୟ ବିତାଉଛନ୍ତି । ଏଥିପାଇଁ ୟୁଜର୍ସଙ୍କୁ ସୁଯୋଗ ଆଣିଦେଇଛି ୟୁଟ୍ୟୁବ। ୟୁଜର୍ସ ୟୁଟ୍ୟୁବରେ ସର୍ଟ ବନାଇ ପଇସା କମାଇପାରିବେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ସର୍ଟସ ଜରିଆରେ ରୋଜଗାର କରିବା ପାଇଁ ପ୍ରସ୍ତୁତି ଚଳାଇଛି। ୟୁଟ୍ୟୁବ ନିଜ ପ୍ଲାଟଫର୍ମ ଉପରେ ଲଗାତାର ଭାବେ କାମ ମଧ୍ୟକରୁଛି। ଆଉ ନୂଆ ନୂଆ ଫିଚର ଯୋଡୁଛି। ତେବେ ବର୍ତ୍ତମାନ ସର୍ଟ ଭିଡିଓର ଲୋକପ୍ରିୟତା ବୃଦ୍ଧି ପାଇବା ପରେ ୟୁଟ୍ୟୁବ୍ ମଧ୍ୟ YouTube Shorts ନାମରେ ନୂଆ ଫିଚର ଆଣିଛି। ଆଉ କମ୍ପାନୀ ଏଥିରେ ଆୟର ଯୋଜନା କରୁଛି। କମ୍ପାନୀ। ତେବେ କେବଳ କମ୍ପାନୀ ନୁହେଁ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ମଧ୍ୟ ୟୁଟ୍ୟୁବ୍ ସର୍ଟସରୁ ଆୟ କରିବାର ସୁଯୋଗ ମିଳିବ। ନିକଟରେ ୟୁଟ୍ୟୁବ୍ ସର୍ଟ ଭିଡିଓରେ ଆଡ୍ ଯୋଡ଼ିବା ଫିଚର ଆଣିଥିଲା। ୟୁଟ୍ୟୁବ୍ ସର୍ଟ୍ସରେ କ୍ରିଏଟର୍ସଙ୍କୁ ୪୫ ପ୍ରତିଶତ ଏବଂ କମ୍ପାନୀ ୫୫ ପ୍ରତିଶତ ଅଂଶ ରହିଥାଏ।

କମ୍ପାନୀ ୟୁଟ୍ୟୁବ ସର୍ଟ୍ସରେ ଏକ ନୂଆ ଫିଚର ଆଣିଛି । ଏହି ଫିଚରକୁ ଆମେରିକାର କିଛି କ୍ରିଏଟର୍ସ ଟେଷ୍ଟ କରିଛନ୍ତି। ଏହା ସାହଯ୍ୟରେ ୟୁଜର୍ସ ଭିଡିଓରେ ପ୍ରୋଡକ୍ଟକୁ ଟ୍ୟାଗ୍ କରିପାରିବେ। ଏହା ସହ ଭାରତ, ବ୍ରାଜିଲ୍, କାନାଡା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ୟୁଜର୍ସଙ୍କୁ ଟ୍ୟାଗ୍ ଏବଂ ଇଣ୍ଟରାକ୍ସନ ଅପ୍ସନ ମିଳିବ। ତେବେ ଧୀରେ ଧୀରେ ଏହା ସବୁ କ୍ରିଏଟର୍ସଙ୍କ ପାଇଁ ଉପଲବ୍ଧ ହେବ।

ଦୁନିଆର ଅଧିକାଂଶ ଦେଶରେ ଟିକଟକ୍‌ ବ୍ୟାନ ହେବା ପରେ ଏହି ରିଲ୍ସର ଲୋକପ୍ରିୟତା ବଢିବାରେ ଲାଗିଛି। ସର୍ଟ ଭିଡିଓକୁ ଲୋକପ୍ରିୟ କରାଇବାରେ ଟିକଟକର ବେଶ୍‌ ଯୋଗଦାନ ରହିଛି। ଟିକଟକ୍‌ ବ୍ୟାନ ହେବା ପରେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ସଟର୍ସକୁ ଏହାର ଲାଭ ମିଳିଛି। ଆଉ ଯେଉଁଠି ଟିକ୍‌ଟକ୍‌ ବ୍ୟାନ ହୋଇନାହିଁ, ସେଠାରେ ଏହି ସର୍ଟ ଭିଡିଓ କଡା ଟକ୍କର ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.