ୟୁଟ୍ଯୁବର ଅପକମିଂ ଜବରଦସ୍ତ ଫିଚର, ନିଜ ଭାଷାରେ ସର୍ଚ୍ଚ କରିପାରିବେ ଭିଡିଓ

ଆପଣଙ୍କୁ ୟୁଟ୍ଯୁବରେ ଭିଡିଓ ସର୍ଚ୍ଚ କରିବାକୁ ଅସୁବିଧା ହେଉଛି କି ? ଏବେ ଆଉ ଏହି ଅସୁବିଧା ଭୋଗିବାକୁ ପଡିବନି। ଏହି ନୂଆ ଫିଚର ଜରିଆରେ ଆପଣ ୟୁଟ୍ଯୁବରେ ଅଟୋମେଟିକାଲି ଭିଡିଓ ଟାଇଟଲ, ଡିସକ୍ରିପସନ, କ୍ଯାପସନ ଇତ୍ଯାଦି ୟୁଜର ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରିପାରିବେ। ଏବେ ଏହି ଫିଚର କେବଳ ଇଂଲିଶକୁ ପର୍ତ୍ତୁଗୀଜ ଭାଷାରେ ଟ୍ରାନ୍ସଲେଟ କରିପାରିବ। ୟୁଟ୍ଯୁବର ଏହି ଫିଚର ୱେବ ଏବଂ ଫୋନ ଆପ୍ସରେ କାମ କରୁଛି।

ଏହି ଫିଚରକୁ ନେଇ ଏବେ ବେଶ କିଛି ସ୍ପଷ୍ଟୋକ୍ତି ହୋଇନାହିଁ। କିନ୍ତୁ ଏହି ଫିଚର ଜରିଆରେ ୟୁଜର୍ସ ଆଞ୍ଚଳିକ ଭାଷାରେ ସର୍ଚ୍ଚ କରିପାରିବେ। ୟୁଜର୍ସ ସର୍ଚ୍ଚ କରିବା ବେଳେ ଇଂଲଶରେ ଲେଖାହୋଇଥିବା ଟାଇଟଲକୁ ନିଜ ଭାଷାରେ ଦେଖିପାରିବେ।

ଏବେ ୟୁଜର୍ସ ୟୁଟ୍ଯୁବରେ ଇଂଲିଶରେ ସର୍ଚ୍ଚ କରିବା ପରେ ଆଞ୍ଚଳିକ ଭାଷାରେ ରେଜଲ୍ଟ ଦେଖାଇବ। ରିପୋର୍ଟ ଅନୁସାରେ, ଏହି ଫିଚର ଏବେ ଟେଷ୍ଟିଂରେ ଚାଲିଛି। ଏବେ ସିଲେକ୍ଟଡ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ।

ୟୁଟ୍ଯୁବ ଏଥିରେ ଅନେକ ଭାଷାର ସପୋର୍ଟ ଆଡ୍ କରୁଛି। ଏହାକୁ ନେଇ ୟୁଟ୍ଯୁବର ପେଣ୍ଟେଟ କମ୍ପାନୀ Alphabet ଅଫିସିଆଲ ଭାବେ କିଛି ସେୟାର କରିନାହିଁ। ଏହି ନୂଆ ଫିଚର ଟ୍ରାନ୍ସଲେସନ ପପଅପ୍ ସହିତ ଆସିଥାଏ। ଏହା ଗୁଗଲ ଟ୍ରାନ୍ସଲେସନ AI ୟୁଜ କରୁଥିବା ୱେବ ଏବଂ ମୋବାଇଲ ଆପ ଉପରେ ଉପଲବ୍ଧ।

You might also like