Below header

ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର : ନବୀନ

କେନ୍ୟୁଜ୍ : ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ରୋଡ୍‌ ସୋ’ ଓ ସାଧାରଣ ସଭା କରିବେ ମୁଖ୍ୟମନ୍ତ୍ରୀ । ସାନଖେମୁଣ୍ଡି ମୋହନଲାରୁ ଆରମ୍ଭ କରିଛନ୍ତି ରୋଡ୍‌ ସୋ’ । ଆସିକା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନବୀନଙ୍କ ସହ ରୋଡ ଶୋରେ ସାମିଲ ହୋଇଛନ୍ତି। ପାଟପୁର, କଙ୍କରୋଡା, ଶେରଗଡ଼, ବନ୍ଧଗୁଡ଼ା, କଞ୍ଚୁରୁ, ଡି. ପାଟପୁର ଛକ, ରାଳବ, ହିଞ୍ଜିଲିକାଟୁ ଓ ପିତଲ ଛକରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି । ପାଟପୁରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.