ଖରା ଦିନେ ଅଧିକ ଶୋଷ ଲାଗିବାର ଜାଣନ୍ତୁ ଏହି ୫ କାରଣ

ଗରମ ଦିନ ଆରମ୍ଭରେ ପାଣିର ଆବଶ୍ୟକତା ଅଧିକ ହୋଇଥାଏ। ଏହି କାରଣରୁ ଅଧିକ ପାଣି ପିଇବାକୁ ପଡ଼ିଥାଏ। କିଛି ଲୋକମାନଙ୍କୁ ପ୍ରତ୍ୟେକ ଋତୁରେ ସାମାନ୍ୟରୁ କମ ଶୋଷ ଲାଗିଥାଏ। କିନ୍ତୁ ପ୍ରଯ୍ଯାପ୍ତ ପାଣି ପିଇବା ପରେ ମଧ୍ୟ ଅଧିକ ଶୋଷ ଲାଗିବାର ଅନେକ କାରଣ ରହିଥାଏ। ସାଧାରଣତଃ ଆମ ଶରୀରର ଜଳୀୟ ଅଂଶ କମ ହେବା ସମୟରେ ଅନେକ ଥର ଶୋଷ ଲାଗିଥାଏ।
-କିଛି ଲୋକ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିଥାନ୍ତି। ଲୁଣ ଶୋଷ ଲାଗିବାର ମାତ୍ରା ବଢାଇଥାଏ। ଏହାର କାରଣ ହେଉଛି ଲୁଣ ଶରୀରରେ କୋଷିକା ଗୁଡ଼ିକରୁ ପାଣି ବାହାର କରିଦେଇଥାଏ। ସେହିପରି ଯଦି ଆପଣ ଅଧିକ ଲୁଣ ଖାଉଛନ୍ତି, ତେବେ କୋଷିକା ଗୁଡ଼ିକ ଜଲଦି ଶୋଷ ଲାଗିବାର ସଂକେତ ମସ୍ତିଷ୍କକୁ ଦେଇଥାନ୍ତି। ଗୋଟେ ଦିନରେ ୫ଗ୍ରାମରୁ ଅଧିକ ଲୁଣ ଖାଇବା ଅନୁଚିତ। ଅଧିକ ଲୁଣ ଖାଇବା ଦ୍ବାରା ହାଇ ବ୍ଲଡପ୍ରେସର, ଡିହାଇଡ୍ରେସନ ଭଳି ଅନ୍ୟ ସମସ୍ୟା ଦେଖାଯାଇଥାଏ।
-ଅଧିକ ଶୋଷ ଲାଗିବା ଡାଇବେଟିସ ହେବାର ସଂକେତ ଦେଇଥାଏ। ସାଧାରଣତଃ ଡାଇବେଟିସ ଆରମ୍ଭ ହେବା ପୂର୍ବରୁ ଅଧିକ ଶୋଷ ଲାଗିବା ସହିତ ଅଧିକ ପରିସ୍ରା ମଧ୍ଯ ଲାଗିଥାଏ। ଏହି କାରଣରୁ ଅଧିକ ଶୋଷ ଲାଗିବା ସମୟରେ ଏହି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ଯଦି ଆପଣ ସକାଳୁ ଶାରୀରିକ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କୁ ବାରମ୍ବାର ଶୋଷ ଲାଗିଥାଏ। କାରଣ ବ୍ୟାୟାମ କରିବା ସମୟରେ ଶରୀରର ଜଳୀୟ ଅଂଶ ଝାଳ ଆକାରରେ ବାହାରକୁ ଚାଲି ଯାଇଥାଏ। ଯାହା ଦ୍ବାରା ଶରୀରରେ ଜଳର ମାତ୍ରା କମିଯାଇଥାଏ। ଏହି କାରଣରୁ ଯଦି ଆପଣ ପ୍ରତ୍ୟେକ ଦିନ ବ୍ୟାୟାମ କରିଥାନ୍ତି ତେବେ ଜଲଦି-ଜଲଦି ଶୋଷ ଲାଗିଥାଏ।
-ଅନେକ ଥର ଅଦିକ ଔଷଧ ସେବନ କରିବା କାରଣରୁ ସାମାନ୍ୟରୁ ଅଧିକ ଶୋଷ ଲାଗିଥାଏ। କିଛି ଔଷଧର ସେବନରେ ମହଁ ସୁଖି ଯାଇଥାଏ। ଆଣ୍ଟିକାଲିନର୍ଜିକ୍ସ ଏବଂ ଡ୍ୟୁରେଟିକ୍ସ ଏଭଳି ଔଷଧ, ଯାହା ଖାଇବା ଦ୍ବାରା ଅଧିକ ଶୋଷ ଲାଗିବାର ସମସ୍ୟା ଦେଖାଯାଇଥାଏ।
-ଡ୍ରାଇ ମାଉଥ ବା ମୁହଁ ଶୁଖିଲା ହୋଇଯିବା ସମସ୍ୟାକୁ ଜେରୋଷ୍ଟୋମିୟା କୁହାଯାଇଥାଏ। ଏହା ଏକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା, ଯାହା ଦ୍ବାରା ମୁହଁରେ ପ୍ରଯ୍ଯାପ୍ତ ପରିମାଣରେ ଲାଳ ହୋଇପାରିନଥାଏ। ଏହା ଦ୍ବାରା ପ୍ରତ୍ୟେକ ସମୟରେ ଶୋଷ ଲାଗିବା ଭଳି ଅନୁଭବ ହୋଇଥାଏ। ଯଦି ପାଣି ପିଇବା ପରେ ମଧ୍ୟ ଆପଣଙ୍କ ମୁହଁ ଶୁଖିଲା ରହିଥାଏ, ତେବେ ନିଶ୍ଚିନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।