ଟିକେଟ୍‌ ପାଇଥିଲେ ବି ନିର୍ବାଚନ ଲଢ଼ିବାକୁ ମନା କଲେ ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ର

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାର ପରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ । ତାଙ୍କୁ ବଡ଼ଚଣା ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଟିକେଟ୍‌ ଦିଆଯାଇଥିଲା । ତେବେ ସେ ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି । ତାଙ୍କୁ ବହୁ ବିଳମ୍ବରେ ଟିକେଟ୍‌ ଦିଆଯାଇଥିବାରୁ ସେ ପ୍ରାର୍ଥିତ୍ୱରୁ ଓହରି ଯାଇଥିବା କହିଛନ୍ତି । ଏ ସମ୍ପର୍କରେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.