Below header

ମୋଦି-ନବୀନଙ୍କ ଭେଟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଉଠୁଛି ୧୯ର ରାଜନୈତିକ ସିଗନାଲ୍‌ ପ୍ରସଙ୍ଗ

ବାତ୍ୟା ଫନି ପରେ ମୋଦି-ନବୀନ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ । ଶେଖର ଗୁପ୍ତା ଟ୍ଵିଟ୍‌ କରି ଲେଖିଛନ୍ତି, ଫନି ବାତ୍ୟାକୁ ନେଇ ମୋଦି-ନବୀନଙ୍କ ଭେଟର ରାଜନୈତିକ ସିଗନାଲ ରହିଛି। ନିର୍ବାଚନ ସମୟରେ ଦୁଇ ହେଭିେଓ୍ଵଟ୍‌ ଉଭୟଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ରାପଡ଼ା ନିର୍ବାଚନ ସଭାରେ ମୋଦି କହିଥିଲେ, ମେ ୨୩ ପରେ ନବୀନ ସରକାର ଓଡ଼ିଶାରୁ ଯାଉଛି। କାଉଣ୍ଟରରେ ନୂଆ ସରକାର ଶପଥ ଗ୍ରହଣ ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ ନବୀନ। କିନ୍ତୁ ଫନି ସ୍ଥିତିର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ହେବା ଓ ଅଧିକ ସମୟ କରମର୍ଦ୍ଦନ କରିଥିବାର ଦେଖିବାକୁ ମିଳିଥିଲା।

ଉଭୟ ନେତା ଗୋଟିଏ ହେଲିକପ୍ଟରରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦନରରେ ନବୀନଙ୍କ ସହ ଠିଆ ହୋଇଥିବା ଫଟୋକୁ ବି ଟ୍ଵିଟ୍‌ କରିଛନ୍ତି ମୋଦି। ଗୋଟିଏ ପଟେ ମୋଦି ନବୀନଙ୍କ ଭେଟ, ଅନ୍ୟପଟେ ବାତ୍ୟା ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଫୋନ୍‌ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଠାଇନଥିବା ପ୍ରସଙ୍ଗ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମୋଦି-ନବୀନଙ୍କ ମିଳନ ରାଜନୈତିକ ସମ୍ପର୍କର ତିିକ୍ତତାକୁ ସ୍ୱାଭାବିକ କରିଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି, ଯେଉଁ ଦଳ ଓଡ଼ିଶା ପାଇଁ ଅଧିକ କାମ କରିବ ବିଜେଡି ତାକୁ ସମର୍ଥନ ଦେବ। ତେଣୁ ବିଜେପି ସହ ବିଜେଡିର ପୁରୁଣା ସଂପର୍କ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.