Below header

ଲୋକସଭା ନିର୍ବାଚନ ପୂର୍ବରୁ ହ୍ୱାଟସଆପ୍ ଜାରି କଲା ଗାଇଡ ଲାଇନ୍

କେନ୍ୟୁଜ୍ : ଚଳିତ ଲୋକସଭା ନିର୍ବାଚନ ସମୟରେ ମିଥ୍ୟା ସମାଚାର ଯାଞ୍ଚ କରିବାକୁ ଓ ସୂଚନାର ସତ୍ୟାସତ୍ୟ ପରିଖିବାକୁ ଆଜି ହ୍ଵାଟସ୍‌ଆପ୍‌ ଭାରତୀୟମାନଙ୍କ ପାଇଁ ଗୋଟାଏ ସେବା ଆରମ୍ଭ କରିଛି। ହ୍ଵାଟ୍‌ସ୍‌ଆପ୍‌ କହିଛି ବ୍ୟବହାରକାରୀମାନେ ପଠାଉଥିବା ବାର୍ତ୍ତାଗୁଡ଼ିକୁ ସତ୍ୟ, ମିଥ୍ୟା, ବିଭ୍ରାନ୍ତକର କିମ୍ବା ସନ୍ଦେହଜନକ ଭାବେ ଶ୍ରେଣୀଭୁକ୍ତ କରାଇବାକୁ ସେ ସ୍ଥାନୀୟ ଉଦ୍ୟୋଗ ପ୍ରୋଟୋ ସହ କାମ କରୁଥିଲା। ହ୍ଵାଟ୍‌ସ୍‌ଆପ୍‌ରେ ଭୁଲ୍‌ ସୂଚନା ପ୍ରସାରଣ ହେଉଛି ବୋଲି ଭାରତର ୨୦୦ ନିୟୁତ ବ୍ୟବହରାକାରୀମାନେ ସମାଲୋଚନା କରିବାରୁ ବିଶ୍ୱବ୍ୟାପୀ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଲାଗିପଡ଼ିଥିଲେ।

whats app1ଚେକ୍‌ପଏଣ୍ଟ୍‌ ଟିପ୍‌ଲାଇନ୍‌ ନାମକ ଏହି ନୂତନ ସେବା ଇଂରାଜୀ ଏବଂ ଚାରିଟି ଆଞ୍ଚଳିକ ଭାଷାରେ ଛବି ଓ ଭିଡିଓ ଭାବେ ବାର୍ତ୍ତା ଗ୍ରହଣ କରିପାରିବ । ସୋମବାର ଦିନ ହ୍ଵାଟ୍‌ସ୍‌ଆପ୍‌ର ମାଲିକ ଫେସ୍‌ବୁକ୍‌ କହିଥିଲା କି, ଭାତର ଓ ପାକିସ୍ତାନରେ ୭୧୨ ଆକାଉଣ୍ଟ୍‌ ଏବଂ ୩୯୦ ପୃଷ୍ଠା ଉଡ଼ାଇ ଦିଆଯାଇଛି।

WhatsApp2ଏହାସହଲୋକସଭା ନିର୍ବାଚନ ପୂର୍ବରୁ ହ୍ୱାଟସଆପ୍ ଜାରି କରିଛି ଗାଇଡ ଲାଇନ୍ । ଗାଇଡ ଲାଇନ୍ ଅନୁସାରେ ଏକା ସଙ୍ଗେ ୫ଜଣରୁ ଅଧିକ ଲୋକଙ୍କୁ ମେସେଜ୍ ପଠାଇ ହେବନି । ବିନା ଅନୁମତିରେ ହ୍ୱାଟସଆପ୍ ଗ୍ରୁପରେ କାହାକୁ ଯୋଡି ହେବ ନାହିଁ । ଗ୍ରୁପରେ କାହାକୁ ଯୋଡିବାକୁ ହେଲେ ଅନୁମତି ବାଧ୍ୟତାମୂଳକ । ହ୍ୱାଟ୍ସଆପ୍ ପକ୍ଷରୁ ଫ୍ୟାକ୍ଟ ନମ୍ବର ୯୬୪୩୦୦୦୮୮୮ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.