Below header

ଡରଉଛି ତାତି , ୧୦ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ

ଭୁବନେଶ୍ବର(କେନ୍ୟୁଜ୍) : ଡରଉଛି ତାତି। ୧୦ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ। କିନ୍ତୁ ଗତକାଲି ଅପେକ୍ଷା ଆଜି ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ସାମାନ୍ୟ କମିଛି। ତେବେ ବହୁ ସ୍ଥାନରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୩୮ ଡିଗ୍ରି ଟପିଛି। ୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବାସହ ମୋଟ୍‌ ୧୦ଟି ସହରର ତା‌ପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା। ଓଡ଼ିଶା ଉପରେ ଏବେ ସେଭଳି ବର୍ଷାର ସମ୍ଭାବନା ନାହିଁ। ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥା‌ନରେ କାଳବୈଶାଖୀ ବର୍ଷା ହୋଇପାରେ। ଏପ୍ରିଲ ୭ ପର‌୍ୟ୍ୟନ୍ତ ଏଭଳି ଆଶଙ୍କା ରହିଛି। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ତାପମାତ୍ରା ଆହୁରି ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.