ବାହୁଡିବେ ବଡ଼ଠାକୁର, ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ

ପୁରୀ : ଆଜି ବାହୁଡା । ୯ ଦିନର ଲୀଳାଖେଳ ସାରି ନୀଳକନ୍ଦର ଫେରିବେ ମହାପ୍ରଭୂ । ତେଣୁ ରଥଯାତ୍ରା ପରି ଆଜି ମଧ୍ୟ ଭକ୍ତମାନେ ଶ୍ରୀଜିଉଙ୍କ ଆଗମନକୁ ଅନେଇ ବସିଛନ୍ତି । ପୁଣି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପୁରି ଉଠିବ ବଡ଼ଦାଣ୍ଡ । ହରିବୋଳ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି ଉଠିବ ବଡ଼ଦାଣ୍ଡ ।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କାର‌୍ୟ୍ୟସୂଚୀ ଅନୁସାରେ ଆଜି ୧୨ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ସୁଦ୍ଧା ଶେଷ ଶେଷ ହୋଇପାରେ । ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୪ଟାରୁ ରଥଟଣା କାର‌୍ୟ୍ୟ ଆରମ୍ଭ ହେବ । ଅନ୍ୟପଟେ ବାହୁଡ଼ା ଯାତ୍ରା ପାଇଁ ଭକ୍ତ ବଡ଼ଦାଣ୍ଡରେ ଗହଳି ଲଗାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତାକାଲି ରଥ ଉପରେ ମହାବାହୁଙ୍କ ସୁନାବେଶ ଓ ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.