ବନ୍ଧୁକ ଦେଖାଇ ନାଚ ଗୀତ କରିବା ବିଜେପି ବିଧାୟକଙ୍କୁ ପଡିଲା ମହଙ୍ଗା, ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ପ୍ରଣବ ସିଂ ଚାମ୍ପିଅନ

ବନ୍ଧୁକ ଦେଖାଇ ନାଚ ଗୀତ କରିବା ଦବଙ୍ଗ ବିଧାୟକଙ୍କ ଲାଗି ମହଂଗା ସାବ୍ୟସ୍ତ ହେଲା। ଉତ୍ତରାଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂହ ଚାମ୍ପିଅନଙ୍କୁ ବିଜେପି ବହିସ୍କାର କରିଛି। ପ୍ରଣବ ସିଂହ ଚାମ୍ପିଅନଙ୍କୁ ୬ ବର୍ଷ ଲାଗି ଦଳରୁ ବହିସ୍କୃତ କରାଯାଇଛି ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଅନିଲ ବାଲୁନୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିଧାୟକ ପ୍ରଣବ ସିଂ ଚାମ୍ପିଅନଙ୍କ ବିରୋଧରେ ବହୁ ଅଭିଯୋଗ ରହିଛି। କେବଳ ବନ୍ଧୁକ ଧରି ନାଚ ଗୀତ କରି ମସଗୁଲ ହେବା ଘଟଣା ନୁହେଁ ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର‌୍ୟ୍ୟ କରି ନିଲମ୍ବିତ ହୋଇଛନ୍ତି। ତେଣୁ ଜଣେ ବିଧାୟକ ଭାବେ ନିଜ ଆଚରଣକୁ ପବ୍ଲିକ୍‌ରେ ଏଭଳି ଭାବେ ପ୍ରଦର୍ଶନ କରିବାର ଭିଜୁଆଲ ଭାଇରାଲ ହେବା ପରେ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମୋଦୀ ସରକାରଙ୍କ ଉପରେ ଏହି ଘଟଣାକୁ ନେଇ ଚାପ ମଧ୍ୟ ପଡିଥିଲା। ରାଜ୍ୟ ବିଜେପି ଏହି ମାମଲାକୁ ସଂଜ୍ଞାନକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତେବେ ବିଧାୟକ ପ୍ରଣବ ସିଂ ଚାମ୍ପଅନ ଯେଉଁ ଉତ୍ତର ଦେଇଥିଲେ, ତାହା ସନ୍ତୋଷଜନକ ନଥିଲା ବୋଲି ଅନିଲ ବାଲୁନୀ କହିଛନ୍ତି। ତେଣୁ ବିଜେପିର ଶୃଂଖଳା କମିଟି, ବିଧାୟକଙ୍କୁ ଦଳରୁ ୬ ବର୍ଷ ଲାଗି ବହିସ୍କାର ପାଇଁ ନିଷ୍ପତ୍ତି ନେଇଛି।

 

 

Leave A Reply

Your email address will not be published.