ସୁନ୍ଦରୀ ଥିଲେ ନିଶ ଥିବା ଏହି ରାଜକୁମାରୀ, ଯାହାଙ୍କ ପ୍ରେମରେ ଆତ୍ମହତ୍ୟା କରିଥିଲେ ୧୩ ଯୁବକ, ପଢ଼ନ୍ତୁ ପୂରା କାହାଣୀ

ଆଜିର ସମୟରେ କେବଳ ସେହି ଝିଅମାନଙ୍କୁ ସୁନ୍ଦରୀ ରୂପେ ଗଣାଯାଉଛି, ଯେଉଁମାନଙ୍କ ଚେହେରା ସୁନ୍ଦର, ଶରୀର ପତଳା ଏବଂ ମୁହଁରେ କୌଣସି ପ୍ରକାର ଦାଗ, ଚିହ୍ନ ନାହିଁ। କିନ୍ତୁ ୧୯ ଶତାବ୍ଦୀରେ ଏପରି ନ ଥିଲା। ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ହେବ ଯେ ସେ ସମୟରେ ମୋଟାପଣକୁ ସୁନ୍ଦର ବୋଲି ବିବେଚନା କରାଯାଉଥିଲା। ଆଉ ଇରାନ୍ ରାଜକୁମାରୀଙ୍କ ସୁନ୍ଦରତାର କାହାଣୀ ଆଜି ବି ଚର୍ଚ୍ଚା ସିରୋନାମାରେ ରହିଛି।

mustard raj

କୁହାଯାଏ, ଇରାନ ରାଜକୁମାରୀ ତାଜ ଅଲ କଜର ସୁଲତାନା ସୁନ୍ଦରତାର ସବୁ ମାନଦଣ୍ଡକୁ ପାର୍ କରିଦେଇଥିଲେ। ତାଙ୍କ ମୁହଁରେ ଘନ ଭ୍ରଲତା ଏବଂ ନିଶ ରହିଥିଲା। ସେ ବହୁତ ମୋଟି ମଧ୍ୟ ଥିଲେ। ଏହାସତ୍ତ୍ବେ ତାଙ୍କୁ ସୁନ୍ଦରୀ ବୋଲି କୁହାଯାଉଥିଲା।

ଏହାସହ ପଢ଼ନ୍ତୁ: ରେଲୱେର ନୂଆ ନିୟମ: ବିନା ବିଲରେ ଜିନିଷ ମିଳିଲେ, ଯାତ୍ରୀ ଦେବେନି ପଇସା

iran iran

ସେତେବେଳେ ଅଧିକ ସଂଖ୍ୟାକ ଯୁବକ, ଯେଉଁମାନେ କି ରାଜକୁମାରୀଙ୍କ ସୁନ୍ଦରତାରେ ପୂରା ପାଗଳ ହୋଇଯାଇଥିଲେ। ଏପରି କି, ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ଏମିତିରେ ରାଜକୁମାରୀ ଏ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୁହାଯାଏ କି ଏହି କଥାରେ ଭାଙ୍ଗିପଡ଼ି ପାଖାପାଖି ୧୩ଜଣ ଯୁବକ ଆତ୍ମହତ୍ୟା କରିଥିଲେ।

girl raj

ପ୍ରକୃତରେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପଛରେ ଏକ କାରଣ ରହିଥିଲା। ରାଜକୁମାରୀଙ୍କ ବିବାହ ପୂର୍ବରୁ ହିଁ ଅମିର ହୁସେନ୍ ଖାନ୍ ଶୋଜା ଏ ସୁଲତାନିଆଙ୍କ ସହ ହୋଇସାରିଥିଲା। ଏପରି କି, ସେମାନଙ୍କର ୨ ଝିଅ ଏବଂ ୨ ପୁଅ ମଧ୍ୟ ଥିଲେ। କିନ୍ତୁ ପରେ ରାଜକୁମାରୀ ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

mustard girl

ଯଦିଓ ଏହା ଦାବି କରାଯାଏ କି ରାଜକୁମାରୀଙ୍କର ବହୁତ ଜଣଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା, ଯେଉଁମାନଙ୍କ ମଧ୍ୟରେ ଦୁଇଜଣ ସବୁଠାରୁ ପ୍ରମୁଖ ଥିଲେ। ଗୁଲାମ ଅଲ୍ଲୀ ଖାନ ଅଜିଜ୍ ଅଲ ସୁଲତାନ ଓ ଇରାନୀ କବି ଆରିଫ୍ କାଜବିନୀଙ୍କ ସହ ରାଜକୁମାରଙ୍କର ପ୍ରେମ ସମ୍ପର୍କ କଥା କାହାକୁ ଅଛପା ନ ଥିଲା। ସେ ସମୟରେ ରାଜକୁମାରୀଙ୍କୁ ସବୁଠାରୁ ଆଧୁନିକା ମହିଳା ଭାବେ ବିବେଚନା କରାଯାଉଥିଲା। ସେ ପାଶ୍ଚତ୍ୟ ସଭ୍ୟତାରେ ଅଧିକ ପ୍ରଭାବିତ ଥିଲେ ଏବଂ ପାଶ୍ଚତ୍ୟ କପଡ଼ା ହିଁ ପିନ୍ଧୁଥିଲେ।

Leave A Reply

Your email address will not be published.