କନ୍ୟା ସନ୍ତାନର ମା’ ହେଲେ ସମୀରା ରେଡ୍ଡୀ, ସେୟାର କଲେ ଏହି ଫଟୋ ସହିତ ନିଜର ଅନୁଭୂତି

ସମୀରା ରେଡ୍ଡୀ ଗତ ୧୨ ଜୁଲାଇରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସମୀରା ଦ୍ୱିତୀୟ ଥର ପାଇଁ ମା ହେବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରଥମରୁ ଏକ ୪ବର୍ଷର ପୁଅ ଅଛି । ନିକଟରେ ସମୀରା ନିଜର ଝିଅର ପ୍ରଥମ ଫଟୋ ସେୟାର କରିଥିଲେ । ଏହି ଫଟୋରେ ପୁଅ ହଂସ ନିଜର ଭଉଣୀକୁ ଭଲପାଉଥିବାର ନଜର ଆସୁଛନ୍ତି। ସମୀରା ଫଟୋ ସହିତ ଏକ ଭଲ କ୍ୟାପସନ୍‌ ମଧ୍ୟ ଲେଖିଥିଲେ।

samerraସମୀରା ଲେଖିଛନ୍ତି କି, ପ୍ରଥମ ନଜରର ଭଲପାଇବା । ଭଉଣୀ ଆସିବାପରେ ହଂସ ବହୁତ ଖୁସି । ଏହା ଦେଖିବାକୁ ବହୁତ ଭଲ ଲାଗୁଛି । ସଣ୍ଡେ ମଣ୍ଣିଂ । ସମୀରା ସେୟାର କରିଥିବା ଫଟୋକୁ ଗୋଟେ ଦିନରେ ୪୨ ହଜାର ଲାଇକ୍ସ୍‍ ମିଳିସାରିଲାଣି । କହିରଖୁଛୁ ଯେ, ସମୀରା ମୁମ୍ବାଇର ବିମ୍ସ ମଲ୍ଟି ସ୍ପୋଶାଲିଷ୍ଟ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଫଟୋ ସେୟାର କରିବା ପୂର୍ବରୁ ମଧ୍ୟ ସମୀରା ଏକ ପୋଷ୍ଟ କରିଥିଲେ।

ଏହାସହ ପଢନ୍ତୁ: ମୁମ୍ବାଇ ପୋଲିସ୍ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅଭିଯୋଗ କଲେ ଅଭିନେତ୍ରୀ ପାୟଲ୍ ରୋହତଗୀ, ଜାଣନ୍ତୁ…

ସମୀରା ଲେଖିଥିଲେ ମୁଁ ପ୍ରତିଶ୍ରୁତି ଦେଇଥିଲି ମି ମୁଁ ନିଜର ପୋଷ୍ଟ ପ୍ରେଗନାନ୍ସି ଜର୍ନି ବିଷୟରେ କହିବି । କୌଣସି ବି ଶରୀର ପାଇଁ ଏହା କଷ୍ଟକର ହୋଇଥାଏ । କାରଣ ଆମ ଶରାରରେ ଷ୍ଟିଜ୍‌ ପଡିଥାଏ । କେହିବି ଆମକୁ ଛୁଆକୁ କ୍ଷୀର ଦେବା ପାଇଁ ଆଗରୁ ପ୍ରସ୍ତୁତ କରିନଥାଏ । ସେହିସମୟରେ ଶରୀର ବହୁତ ଥକି ଯାଇଥାଏ ।

sameera-reddyଆପଣଙ୍କ ପେଟର ଦରଜ ଯିବା ପାଇଁ କିଛି ସମୟ ଲାଗିବ ଏବଂ ଏହା ମୋର ଡେଲିଭରୀର ୫ମ ଦିନ ଅଟେ। ମୁଁ ମୋ ଝିଅକୁ ପାଇ ବହୁତ ଖୁସି ଅଛି । କିନ୍ତୁ ମୋ ଶରୀରରେ କିଛି ପରିବର୍ତ୍ତନକୁ ମୁଁ ଠିକ୍‌ ଭାବେ ଗ୍ରହଣ କରିପାରୁନାହିଁ । ଏସବୁ ସମୟ ଅନୁସାରେ ଠିକ ହୋଇଯିବ । ସୂଚନା ଥାଉକି, ସମୀରା ୨୦୧୪ ସମିହାରେ ବିଜନେସମ୍ୟାନ୍‌ ଅକ୍ଷୟ ବର୍ଦେଙ୍କ ସହିତ ବିବାହ କରିଥିଲେ ।

Leave A Reply

Your email address will not be published.