ପୋଲିସ କହିଲା, ‘ମଦ, ଚିକେନ୍ ଆଣ, ତୁମ ଅଭିଯୋଗ ଗ୍ରହଣ କରାଯିବ’, ଆଉ ତା’ପରେ ମାତାଲ ପୋଲିସର ଭିଡିଓ ବନେଇ ଦେଲେ ଯୁବକ

‘ମଦ ଆଉ ଚିକେନ୍ ନେଇ କି ଆସ, ତା’ପରେ ତୁମ ଅଭିଯୋଗ ଗ୍ରହଣ କରାଯିବ।‘ ଦୁଇଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ଏହା କହିବା ପରେ ଯୁବକ ଜଣକ ସଙ୍ଗେ ସଙ୍ଗେ ମଦ ନେଇ ଚାଲି ଆସିଥିଲେ। ଆଉ ତା’ପରେ ଅତି ଚତୁରତାର ସହ ପୋଲିସ କର୍ମଚାରୀଦ୍ବୟଙ୍କ ମାତାଲ ବେଳର ଦୃଶ୍ୟକୁ ଭିଡିଓରେ କଏଦ କରିଦେଇଥିଲେ।

ମାମଲାଟି ପଞ୍ଜାବ ପଟିଆଲା ଅଞ୍ଚଳର। ଯୁବକ ଯେମିତି ପ୍ରକାରେ ନିଜ ସାଙ୍ଗଙ୍କଠାରୁ ଧାର ମାଗି ପୋଲିସକୁ ଆଣି ମଦ ଦେଇଥିଲେ। ଏହାପରେ ସେମାନଙ୍କ ଭିଡିଓ ବନେଇ ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଅନ୍ୟପଟେ ଭିଡିଓଟି ଭାଇରାଲ ହେବା ପରେ ଥାନା ଅଧିକାରୀ ଦୁଇ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ଉଭୟଙ୍କ ବିରୋଧରେ ରିପୋର୍ଟ ଫାଇଲ୍ କରି ଅଧିକ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚ ଅଧିକାରୀଙ୍କୁ ପତ୍ର ଦ୍ବାରା ସୁପାରିଶ କରିଛନ୍ତି। ଏହି ଘଟଣାଟି ପଟିଆଲା ବାହାଦୂରଗଡ଼ ଥାନାରେ ଘଟିଥିଲା।

ଏହାସହ ପଢ଼ନ୍ତୁ: ଥାନାରେ ଡ୍ୟାନ୍ସ କରି ମହିଳା ପୋଲିସ କର୍ମଚାରୀ କଲେ ‘ଟିକ୍ ଟକ୍’ ଭିଡିଓ, ଭାଇରାଲ ହେବା ପରେ ହେଲେ ସସପେଣ୍ଡ

ଥାନା ଅଧିକାରୀ ଅଙ୍କୁରଦୀପ ସିଂ କହିଛନ୍ତି, ଘଟଣାଟି ସୋମବାର ବିଳମ୍ବିତ ରାତିର। ବାହାଦୂରଗଡ଼ ନିବାସୀ ସୁନିଲ କୁମାରଙ୍କର ପାରିବାରିକ ଝଗଡ଼ା ଚାଲିଥିଲା। ସେ ଅଭିଯୋଗ ଲେଖିବା ପାଇଁ ଥାନାରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ କନଷ୍ଟେବଳ ଶବୀର ଅହମ୍ମଦ ଏବଂ ଅନ୍ୟ ଜଣେ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ। ଅଭିଯୋଗ ଅନୁଯାୟୀ, ଦୁଇ ପୋଲିସ କର୍ମଚାରୀ ଯୁବକଙ୍କୁ ରିପୋର୍ଟ ଲେଖିବା ବଦଳରେ ପ୍ରଥମେ ଟଙ୍କା ଲାଞ୍ଚ ମାଗିଥିଲେ।

video viral

ଯୁବକ ଜଣକ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ତାଙ୍କୁ ମଦ ଓ ଚିକେନ୍ ଆଣିବାକୁ କହିଥିଲେ। ଏହାପରେ ଯୁବକ ଜଣକ ସେମାନଙ୍କ ମୁଖା ଖୋଲିବାକୁ ଯାଇ ଭିଡିଓ ବନାଇ ଦେଇଥିଲେ। ଥାନା ଅଧିକାରୀଙ୍କ କହିବାନୁଯାୟୀ, ମାମଲାର ଅଧିକ ତଦନ୍ତ କରାଯିବ। ଏହାପରେ ଅଭିଯୁକ୍ତ ପୋଲିସ କର୍ମଚାରୀଦ୍ବୟଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.