କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ସାକ୍ଷ୍ୟ ଗ୍ରହଣର ତର୍ଜମା ଶେଷ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାକ୍ଷ୍ୟ ଗ୍ରହଣର ତର୍ଜମା ଶେଷ ହୋଇଛି। ସ୍ୱତନ୍ତ୍ର ତଦନ୍ତ କମିଶନଙ୍କ ନିକଟରେ ବୈଠକ ବସି ତର୍ଜମା କରାଯାଇଛି। ଆସନ୍ତା ୧୯ ତାରିଖରେ SCB ପ୍ରଫେସର ପ୍ରମୋଦ ପାଢ଼ୀଙ୍କୁ ଉପସ୍ଥିତ ପାଇଁ ନିର୍ଦ୍ଦେଶ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ଅବଧି ପୂର୍ବରୁ କମିଶନଙ୍କ ତଦନ୍ତ ଶେଷ ହୋଇପାରେ। ଏନେଇ ତଦନ୍ତ କମିଶନର ସ୍ୱତନ୍ତ୍ର କାଉନସେଲ ପ୍ରଭାକର ପଟ୍ଟନାୟକ ସୂଚନା ଦେଇଛନ୍ତି।

୨୦୧୭ ଅକ୍ଟୋବର ୧୦ ତାରିଖରେ ଜଣେ ନାବାଳିକା କୁନ୍ଦୁଲି ହାଟରୁ ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଗତ ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ମାସରେ ତଦନ୍ତ କମିଶନଙ୍କ ଅବଧି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ବଢାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.