ଫିଫା ୱାଲ୍ଡ କପର ଅଫିସିଆଲ ଗୀତ ହେଲା ଭାଇରାଲ

ନୂଆଦିଲ୍ଲୀ : ଗତକାଲି ବିଶ୍ବର ଚର୍ଚ୍ଚିତ ଫୁଟବଲ ଖେଳ ଫିଫା ଆରମ୍ଭ ହୋଇଛି। ବେଶ୍ ଧୁମଧାମରେ ଖେଳର ଆରମ୍ଭ ହୋଇଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାର ଅଫିସିଆଲ୍ ଗୀତ ବହୁ ସଂଖ୍ୟାକ ଭାଇରାଲ ହୋଇଛି। ଗୀତର ବୋଲ୍ ରହିଛି ଲିଭ୍ ଇଟ୍ ଅପ.. ।
ଏହି ସଂଙ୍ଗୀତର ବୋଲରେ ଆପଣଙ୍କୂ ଖେଳ ସହ ଜୀବନ ବଞ୍ଚିବାର ମହତ୍ତ୍ବ ବିଷୟରେ ମଧ୍ୟ ଶୁଣିବାକୁ ମିଳିବ । ଗୀତଟି କାଲି ଲଞ୍ଚ କରାଯାଇଥିବା ବେଳେ ଏହାକୁ ଗାନକରିଛନ୍ତି ଆମେରିକା ଅଭିନେତା-ଗାୟକ ବିଲ୍ ସ୍ମିଥ୍ , ନିକ୍ ଜେମ୍ସ ଏବଂ ଅଲବୋନିଆର ପ୍ରସିଦ୍ଧ ଷ୍ଟାର ଇରା ଇଷ୍ଟ୍ରିଫି । ତେବେ ଗୀତର ଭିଡ଼ିଓରେ ଏହି ତିନି ଜଣଙ୍କ ଛଡ଼ା ଫୁଟବଲ୍ ଖେଳାଳୀ ରୋନାଲଡୋ ଏବଂ ୱିଗର ବିଲିୟନ୍ ମଧ୍ୟ ନଜର ଆସୁଛନ୍ତି । ଫିଫା ବିଶ୍ବ ଫୁଟବଲ ଖେଳ ଗତ କାଲି ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୫ ପର୍ୟ୍ୟନ୍ତ ଚାଲୁ ରହିବ। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଭିଡ଼ିଓକୁ ୨୧ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.