ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶା ଫେରିବେ ଜଗା-ବଳିଆ, କଟକ ଏସସିବି ମେଡିକାଲରେ ହେବ ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ । କଟକ ଏସସିବି ମେଡିକାଲରେ ଦୁଇ ଭାଇଙ୍କ ଚିକିତ୍ସା କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ଦୁଇ ଭାଇଙ୍କୁ ଓଡ଼ିଶା ଅଣାଯିବା ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଦୁଇ ବର୍ଷ ହେବ ଦିଲ୍ଲୀ ଏମସର ପ୍ରାଇଭେଟ୍ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ଯାଆଁଳା ଭାଇ । ୨୦୧୭ ମସିହାରେ ସର୍ଜରୀ କରି କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍ ପରେ ଜଗା ବଳିଆଙ୍କୁ ଏମସ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସିଫ୍ଟ କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ଅସ୍ତ୍ରୋପଚାର ପରେ ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.