କ୍ୟାମେରାରେ କଏଦ ହେଲା ‘କୁସିନୀ’ର ରାଗ, ଦେଖନ୍ତୁ କିପରି କାରକୁ ୩ ଥର ଓଲଟାଇ ଦେଉଛି

ଜର୍ମାନୀର ହୋଡେନହୈଗନସ୍ଥିତ ସେରେଙ୍ଗେଟି ସଫାରି ପାର୍କରେ ଚକିତ କଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଗଣ୍ଡା ଡ୍ରାଇଭର ବସିଥିବା ଏକ କାର ଉପରେ ଆକ୍ରମଣ କରୁଛି। ଭିଡିଓରେ ଦେଖିବାକୁ ମିଳୁଥିବା ଏହି ଗଣ୍ଡାଟିର ବୟସ ହେଉଛି ୩୦ ବର୍ଷ ଏବଂ ଏହା ସଫାରିରେ ‘କୁସିନୀ’ ନାଁରେ ବେଶ୍ ପରିଚିତ। ଜଣେ ପ୍ରାଣୀ ରକ୍ଷକ ଚଲାଉଥିବା କାର୍ ଉପରେ ଏହା ବାରମ୍ବାର ଆକ୍ରମଣ କରୁଥିବାର ନଜର ଆସୁଛି। ତେବେ ସୌଭାଗ୍ୟବଶତଃ କିପର ଜଣକ ଅକ୍ଷତ ଅବସ୍ଥାରେ କାରରୁ ବାହାରି ଆସିଥିବା ବେଳେ କାରଟି କିନ୍ତୁ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ରବିବାର ଘଟିଥିଲା।

ଭିଡିଓଟିକୁ ୩୫ ବର୍ଷୀୟ ଜଣେ ପର୍ଯ୍ୟଟକ ଇଗୋର ପେଟ୍ରାବଙ୍କ ଦ୍ବାରା ସେୟାର କରାଯାଇଛି। ପେଟ୍ରାବ ଏଠାକୁ ଅନ୍ୟ ପର୍ଯ୍ୟଟକଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଏହା ତାଙ୍କ ନଜରରେ ପଡ଼ିଥିଲା। ଏହି ସମୟରେ ସେ ଏକ ଖୋଲା ଜିପରେ ସଫାରି ପରିଭ୍ରମଣ କରୁଥିଲେ।

ଭିଡିଓରେ ଗଣ୍ଡାର ଅତି ଭୟଙ୍କର ରାଗ ନଜର ଆସୁଛି। ସେ ତା’ ଶକ୍ତିଶାଳୀ ଶିଙ୍ଘରେ କାରଟିକୁ ୩ଥର ଓଲଟାଇ ଦେଉଛି। ସଫାରିର ଜଣେ ଅଧିକାରୀଙ୍କ କହିବା ହେଲା, କୁସିନୀ କେଉଁ କାରଣରୁ ନିଜ ରାଗ ପ୍ରଦର୍ଶନ କରିଛି, ତାହା ସ୍ପଷ୍ଟ ହୋଇନାହିଁ। ସେ ଏଠାରେ ୧୮ ମାସ ହେବ ରହି ଆସୁଛି। ସେ ପର୍ଯ୍ୟଟକଙ୍କ ପ୍ରତି କୌଣସି କ୍ଷତି ପହଞ୍ଚାଇ ନ ଥାଏ। ତେବେ କିପର ଜଣକ ଭଲ କାମ କରୁଥିବା ଅଧିକାରୀ ଜଣକ କହିଛନ୍ତି।

Leave A Reply

Your email address will not be published.