ଟାଟା ପକ୍ଷରୁ ଆୟୋଜିତ ହେଲା ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମ ସଂସ୍କରଣରେ ସୁକିନ୍ଦା ମିଡ଼ିଆ ଏକାଦଶ ଚମ୍ପିୟନ୍

ଯାଜପୁର ଟାଉନ: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସ କମ୍ପେ୍ଲକ୍ସ ପଡ଼ିଆରେ ଆଜି ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ମିଡ଼ିଆ ଏକାଦଶ ଫାଇନାଲ୍ ମ୍ୟାଚ ରେ ବ୍ୟାସନଗର ମିଡ଼ିଆ ଏକାଦଶକୁ ୪-୦ଗୋଲରେ ହରାଇ ଟାଟା ଷ୍ଟିଲ ମିଡ଼ିଆ ଫୁଟବଲ କପର ପ୍ରଥମ ସଂସ୍କରଣର ଚମ୍ପିୟନ୍ ହୋଇଛି

ସୁକିନ୍ଦା ଏକାଦଶ ଚମ୍ପିୟନ୍ ଆଖ୍ୟା ଅର୍ଜନ କରିଥିବାବେଳେ ଯାଜପୁର ରୋଡ଼ର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ବ୍ୟାସନଗର ମିଡ଼ିଆ ଏକାଦଶ ରନ୍ରଅପ୍ ହୋଇଥିଲା ।  ଏହାପୂର୍ବରୁ ଆୟୋଜିତ ପ୍ରଥମ ସେମିଫାଇନାଲ ରେସୁକିନ୍ଦା ଏକାଦଶ ୪-୦ଗୋଲ୍ରେ ଯାଜପୁର ଟାଉନ୍ ଏକାଦଶକୁ ପରାଜିତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲ୍ରେ ବ୍ୟାସନଗର ଏକାଦଶ ଓ କଳିଙ୍ଗନଗର ଏକାଦଶ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ୍ କରିପାରିନଥିଲେ । ଶେଷରେ ଟାଏବ୍ରେକରରେ ବ୍ୟାସନଗର ଏକାଦଶ ୩-୦ ଗୋଲରେ ବିଜୟୀ ହୋଇଥିଲା ।
ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ଭାଇସ ପ୍ରେସିଡେଣ୍ଟ ଶ୍ରୀ ରାଜୀବ କୁମାର ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସେବା ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ, ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନ୍ସ ବିଭାଗ ମହାପ୍ରବନ୍ଧକ ଶ୍ରୀ ଚୈତନ୍ୟ ଭାନୁ ଓ ଟାଟା ଷ୍ଟିଲ ଏଫ୍ଏଏମ୍ଡ଼ି ବିଭାଗ ମହାପ୍ରବନ୍ଧକ ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ପୁରସ୍କାର ବିତରଣୀ ସମାରୋହରେ ଶ୍ରୀ ଆର ଆର ଶତପଥୀ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବ୍ୟାସନଗର ଏକାଦଶର ଶ୍ରୀ ଜ୍ଞାନ ରଞ୍ଜନ ଓଝା ଓ ପ୍ରଭୁଦତ୍ତ ମହାନ୍ତି ଯଥାକ୍ରମେ ଶ୍ରେଷ୍ଠ ଗୋଲକିପର ଓ ଶ୍ରେଷ୍ଠ ଡିଫେନ୍ସ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ସୁକିନ୍ଦା ଏକାଦଶର ଶ୍ରୀ ଅଶିତ କୁମାର ମହାନ୍ତଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.