Below header

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ କଳିଙ୍ଗ-FCC ପୁରସ୍କାର, ୫ଟି ବର୍ଗରେ ଦିଆଗଲା ସମ୍ମାନ

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯାଇଛି କଳିଙ୍ଗ-FCC ପୁରସ୍କାର। ୫ଟି କ୍ୟାଟାଗୋରୀରେ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରୁ ରଏଟର ୨ଟି ପୁରସ୍କାର ପାଇଛି। ୟୁକେ ବିବିସି, ଜର୍ମାନୀରେ ଥିବା ୟୁରୋପିଆନ ପ୍ରେସ୍‌ ଫୋଟେ ଏଜେନ୍‌ସି EPA ଓ ଆମେରିକାର PBS ନ୍ୟୁଜ୍‌ ଆୱାର ମଧ୍ୟ ପୁରସ୍କୃତ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଦି ପ୍ରିଣ୍ଟ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ପୁରସ୍କାର ପାଇଛନ୍ତି ରଏଟରର ୯ ସାମ୍ବାଦିକ। ସେମାନେ ହେଲେ ଜେବା ସିଦ୍ଦିକି, ଆଣ୍ଡ୍ର୍ୟୁ ଆର.ସି. ମାର୍ସଲ, ମହମ୍ମଦ ପୋନିର ହୋସେନ, ସୋଏ ଜେୟା ତୁନ, ସାଇମନ ଲୁଇସ୍‌, କ୍ଲାଏର ବ୍ଲାଡୁଇନ୍‌, ଡବ୍ଲ. କାଇ, ୱା ଲୋନ୍‌ ଓ କ୍ୟା ସୋ ଓ। ମିଆଁମାର ରୋହଙ୍ଗିଆ ପ୍ରସଙ୍ଗ ଓ ବାଂଲାଦେଶର ବିସ୍ତୁତ ଖବର ପ୍ରସାରଣ ନେଇ ଏମାନଙ୍କୁ ପୁରସ୍କୃତ କରାଯାଇଛି।

ଆହୁରି ପଢନ୍ତୁ:  ଦୁନିଆର ସବୁଠାରୁ ମହଙ୍ଗା ‘ଅନ୍ତିମ ସଂସ୍କାର’, ଖର୍ଚ୍ଚ ହୋଇଥିଲା ୬୦୦ କୋଟି ଟଙ୍କା, ଏହି ରାଜାଙ୍କୁ ‘ଭଗବାନ ରାମ’ଙ୍କ ବଂଶଜ ମାନୁଥିଲେ ପ୍ରଜା

ସେହିପରି ଡିଜିଟାଲ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ପାଇଁ ପୁରସ୍କୃତ ହୋଇଛନ୍ତି ରଏଟରର ଆଉ ୮ ଜଣ ସାମ୍ବାଦିକ। ସେମାନେ ହେଲେ ସାଇମନ୍‌ ସ୍କାର, ଗୁରୁମାନ ଭଟ୍ଟିଆ, ପ୍ରଶାନ୍ତ କୁମାର ଦତ୍ତ, ରାଜଶ୍ରୀ ଦେଶମୁଖ, ହାନ୍‌ ହୁଆଙ୍ଗ, ଆନନ୍ଦ ଅବିଦ୍‌, ଅତଲାଫ ହୁସେନ୍‌ ଏବଂ ରାଜୁ ଗୋପାଳ କ୍ରିଷନନ। ରାଜଧାନୀ ଦିଲ୍ଲାର ଜନସଂଖ୍ୟାକୁ ନେଇ ଗ୍ରାଫିକ୍ସ ଜରିଆରେ ପ୍ରସ୍ତୁତ ହୋଇଥିବା ଖବରକୁ ନେଇ ଏମାନଙ୍କୁ ପୁରସ୍କୃତ କରାଯାଇଛି। ଟେଲିଭିଜନ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ପୁରସ୍କାର ପାଇଛନ୍ତି ବିବିସି କରସ୍‌ପଣ୍ଡେଣ୍ଟ ରଜନୀ ବୈଦ୍ୟନାଥନ। ବଲିଉଡ୍‌ରେ ମି ଟୁ ମୁଭମେଣ୍ଟର କଭରେଜ୍‌କୁ ନେଇ ତାଙ୍କୁ ପୁରସ୍କୃତ କରାଯାଇଛି। ଫୋଟେ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ପୁରସ୍କାର ପାଇଛନ୍ତି ୟୁରୋପିଆନ୍‌ ପ୍ରେସ୍‌ ଫୋଟ ଏଜେନ୍‌ସି EPAର ହରିଶ ତ୍ୟାଗୀ। ପ୍ରଦୂଷଣ ଯୋଗୁଁ ଯମୁନା କିପରି ନଷ୍ଟ ହେଉଛି ତାର ଫୋଟ ଡକୁମେଣ୍ଟେସନ ପାଇଁ ତ୍ୟାଗୀ ପୁରସ୍କୃତ ହୋଇଛନ୍ତି। ଭିଡିଓ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ପୁରସ୍କାର ପାଇଛନ୍ତି ପିବିଏସ୍‌ ନ୍ୟୁଜ୍‌ ଆୱାରର ରାକେଶ ନାଗର। ମ୍ୟୁଜିକ୍‌ ଅଫ ମାଉଣ୍ଟେନ୍‌ ଡକ୍ୟୁମେଣ୍ଟ୍ରି ପାଇଁ ରାକେଶ ନାଗର ପୁରସ୍କୃତ ହୋଇଛନ୍ତି।

ଆହୁରି ପଢନ୍ତୁ:  ମଣିଷ ଭଳି କାଉର ବି ବଢେ କୋଲେଷ୍ଟ୍ରଲ, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

କଳିଙ୍ଗ FCC ପୁରସ୍କାର ଚଳିତ ବର୍ଷରୁ ପ୍ରଦାନ କରୁଛି। ଭାରତ ଓ ସାର୍କ ଦେଶ ସମୁହଗୁଡିକର ଖବର ଗ୍ଲୋବାଲ ମିଡିଆରେ ପ୍ରକାଶିତ କରିବାକୁ ପ୍ରୋତ୍ସାହନ ଦେବା, ଏହି ପୁରସ୍କାର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ଏପରି ପୁରସ୍କାର ପ୍ରଥମ। ଭୁବନେଶ୍ୱରେ ଥିବା ଡିମ୍‌ଡ୍‌ ୟୁନିଭର୍ସିଟି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି, କିଟ୍‌ ସହଭାଗୀତାରେ ଫରେନ୍‌ କରସ୍‌ପଣ୍ଡେଣ୍ଟସ୍‌ କ୍ଲବ ଅଫ ସାଉଥ ଏସିଆ FCC, କଳିଙ୍ଗ-ଏଫସିସି ପୁରସ୍କାର ପ୍ରତିଷ୍ଠା କରାଯାଇଛି। ୨୦୧୮ରେ କରିଥିବା କାମ ପାଇଁ ସାମ୍ବାଦିକଙ୍କୁ ୨୦୧୯ରେ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇଁ ହୋଇଥିବା ଆବେଦନ ବିଜେତା ପାଇଁ ଜୁରୀ ଗଠନ ହୋଇଥିଲା। ଜୁରୀର ମୁଖ୍ୟ ଥିଲେ ସାର୍‌ ମାର୍କ ଟୁଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.