ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା, କନ୍‌ ବନେଗା କରୋଡ୍‌ପତିରେ ପଚରାଯାଇଛି ପ୍ରଶ୍ନ

ଜାତୀୟ ସ୍ତରରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା । ସୋନି ଟେଲିଭିଜନ୍‌ର ବହୁ ଚର୍ଚ୍ଚିତ ସୋ କନ୍‌ ବନେଗା କରୋଡ୍‌ପତିରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ପଚରାଯାଇଛି ପ୍ରଶ୍ନ । ୨୦୧୯ ଲୋକସଭା ନିର୍ବାଚନରେ ସର୍ବକନିଷ୍ଠ ସଦସ୍ୟ କିଏ ବୋଲି କଣ୍ଟେଷ୍ଟାଣ୍ଟଙ୍କ ଆଗରେ ପ୍ରଶ୍ନ ରଖିଥିଲେ ସୋ’ର ହୋଷ୍ଟ ଅମିତାଭ ବଚ୍ଚନ। ଅପସନ୍‌  ଥିଲା ଏ-ତେଜସ୍ୱୀ ସୁର‍୍ୟା, ବି- ଚନ୍ଦ୍ରାଣୀ ମୁର୍ମୁ, ସି- ରକ୍ସା ଖଡ୍‌ସେ ଏବଂ ଡି- ନୁସରତ୍‌  ଜାହାଁ । ତୁରନ୍ତ ପ୍ରଶ୍ନର ସଠିକ୍‌ ଉତ୍ତର ବି-ଚନ୍ଦ୍ରାଣୀ ମୁର୍ମୁ ଦେଇଥିଲେ କଣ୍ଟେଷ୍ଟାଣ୍ଟ। ଆଉ ଏହି ପ୍ରଶ୍ନର ଉତ୍ତର ଦେଇ କଣ୍ଟେଷ୍ଟାଣ୍ଟ ଜିତିଥିଲେ ୬ ଲକ୍ଷ ୪୦ ହଜାର ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.