ବହୁତ ଶସ୍ତା ଦାମରେ ଲଞ୍ଚ ହେଲା Royal Enfield Classic 350 S , ଦାମ ଜାଣିଲେ ତୁରନ୍ତ କିଣିବେ ଆପଣ

ରୋୟାଲ ଏନଫିଲଡ୍‌ ନିଜର ନୂଆ ବାଇକ classic 350 sକୁ ଲଞ୍ଚ କରିଛି। ଏହି ବାଇକର ବିଶେଷତ୍ୱ ହେଉଛି କମ୍ପାନୀ ଏହି ବାଇକକୁ ପୂର୍ବ ଅପେକ୍ଷା କମ୍‌ ଦାମରେ ଲଞ୍ଚ କରିଛି। ନୂଆ କ୍ଲାସିକ ୩୫୦ଏସକୁ ୧.୪୫ ଲକ୍ଷ ଟଙ୍କାରେ ଆପଣ କିଣିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାର ଦାମ ଷ୍ଟାଣ୍ଡାର୍ଡ କ୍ଲାସିକ ୩୫୦ ଠାରୁ ପ୍ରାୟ ୯ ହଜାର ଟଙ୍କା କମ୍‌ ରହିଛି। କଷ୍ଟ କଟିଂ ପାଇଁ କମ୍ପାନୀ ନୂଆ କ୍ଲାସିକ ୩୫୦ ଏସରେ ଅନେକ ପରିବର୍ତ୍ତନ କରିଛି।

ସବୁଠାରୁ ବଡ ପରିବର୍ତ୍ତନ ଏହାର ଏବିଏସ୍‌ ସହିତ କରାଯାଇଛି। କମ୍ପାନୀ ଏହି ବାଇକରେ ସିଗନାଲ ଚ୍ୟାନେଲ ଏବିଏସ ଦେଇଛି। ଦାମ କମ୍‌ କରିବା ପାଇଁ ଏହି ବାଇକରେ ହ୍ଵିଇଲସ୍‌ ଏବଂ ଇଞ୍ଜିନ ବ୍ଲକକୁ ବ୍ଲାକ କଲର କରାଯାଇଛି କିନ୍ତୁ ଷ୍ଟାଣ୍ଡାର୍ଡ କ୍ଲାସିକ ୩୫୦ରେ ଏହି ସ୍ଥାନକୁ କ୍ରୋମ ଫିନିସ୍‌ କରିଛନ୍ତି। ଏହାଛଡା ଏହି ବାଇକରେ ସ୍ଟିକର ମଧ୍ୟ ବହୁତ ସାଧାରଣ ଦିଆଯାଇଛି।

royal-enfieldନୂଆ କ୍ଲାସିକ ୩୫୦ ଏସରେ ମେକାନିକାଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଥିରେ ଷ୍ଟାଣ୍ଡାର୍ଡ କ୍ଲାସିକ ୩୫୦ରେ ୩୪୬ସିସି, ସିଗନାଲ-ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ୧୯.୮ଏଚପିର ପାଓ୍ଵାର ଏବଂ ୨୮ଏନଏମ ଟର୍କ ଜେନେରେଟ କରିଥାଏ।

ଏହି ବାଇକ କେବଳ ତାମିଲନାଡୁ ଏବଂ କେରଳରେ ମିଳିବ ଏବଂ କମ୍ପାନୀ ଏହା ମଧ୍ୟ କହିଛି ବହୁତ ଶୀଘ୍ର ଏହା ସାରା ଦେଶରେ ବିକ୍ରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.