ଆମେ ସମସ୍ତେ ଜାଣିଛନ୍ତି ଯେ ସପ୍ତାହ ସାତ ଦିନ। ଏହି ସାତ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମକୁ ବିଶ୍ୱାସ କରୁଥିବା ଲୋକମାନେ ସପ୍ତାହର ସାତ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ସପ୍ତାହ ଯାକ ଖୁସିରେ ରହିବା ପାଇଁ କେଉଁ କେଉଁ ସବୁ ଉପାୟକୁ ଆପଣେଇବାକୁ ପଡିବ।
ରବିବାର : ରବିବାରରେ ସୂର୍ଯ୍ୟଦେବଙ୍କ ଉପାସନା କରିବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହି ଦିନ ସକାଳୁ ଉଠି ସ୍ନାନ ଏବଂ ଧ୍ୟାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପିତ କରିବା ଉଚିତ। ଏହାଛଡା ଏହି ଦିନରେ ଗରିବଙ୍କୁ ଗୁଡ ଦାନ କରିବା ଉଚିତ।
ସୋମବାର : ସୋମବାରକୁ ଚନ୍ଦ୍ରଙ୍କର ଦିନ ବୋଲି କୁହାଯାଏ। ଏହି ଦିନ କୌଣସି ଗରିବକୁ ତାଙ୍କ ସ୍ତ୍ରୀ ସହିତ ଭୋଜନ କରିବାକୁ ଦିଅନ୍ତୁ। ଏହାସହିତ ଏହି ଦିନରେ ଭଗବାନ ଶିବଙ୍କୁ କ୍ଷୀରି ଭୋଗ ଲଗାନ୍ତୁ।
ଏହାସହ ପଢନ୍ତୁ : କଣ ଆପଣଙ୍କ ପାଖରେ ବି ଅଛି ଏହିସବୁ ଗୁଣ, ଯଦି ହଁ ତେବେ ଜୀବନର ସଫଳତାରେ କେବେବି ଆସିବନି ବାଧା
ମଙ୍ଗଳବାର : ମଙ୍ଗଳବାର ଦିନ ମହାକାଳୀଙ୍କର ପୂଜା କରିବା ଉଚିତ। ଏହି ଦିନରେ ପୂଜା କରିବା ପରେ ଭୋଜନରେ ବିରି ଏବଂ ମୁଗ ଡାଲି ନିଶ୍ଚୟ ଖାଆନ୍ତୁ। ଏମିତି କଲେ ଆପଣଙ୍କର ସ୍ୱାସ୍ଥ୍ୟ ଲାଭ ହୋଇଥାଏ।
ବୁଧବାର : ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଏହାସହିତ ଏହି ଦିନରେ ଗଜାନନଙ୍କୁ ଦୂବ ଏବଂ କ୍ଷୀରରେ ସ୍ନାନ କରନ୍ତୁ। ଏମିତି କଲେ ପାରିବାରିକ ଜୀବନ ସୁଖରେ ରହିଥାଏ।
ଗୁରୁବାର : ଗୁରୁବାର ଦିନ ଗୁରୁ ବୃହସ୍ପତି ଦେବଙ୍କର ଆରାଧନା କରିବା ଉଚିତ। ଏହି ଦିନ ଗୁରୁ ବୃହସ୍ପତି ଦେବଙ୍କ ଆରାଧନା କରିବା ଦ୍ୱାରା ଆୟୁଷ ବଢ଼ିଥାଏ। ଏହି ଦିନରେ ଭଗବାନ ଶିବଙ୍କର ମଧ୍ୟ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ।
ନିଶ୍ଚିତ ପଢନ୍ତୁ : ଅନେକ ରୋଗରୁ ରକ୍ଷା କରିପାରିବ ଆପଣଙ୍କ ଶୋଇବା ଷ୍ଟାଇଲ, ଯଦି ଭାବୁଛନ୍ତି କେମିତି ତେବେ ଜାଣନ୍ତୁ ଏବଂ ଆପଣାନ୍ତୁ
ଶୁକ୍ରବାର : ଏହି ଦିନରେ ଗରିବ ମହିଳାଙ୍କୁ ସୁହାଗ ଜିନିଷ ଏବଂ ଅନ୍ନ ଦାନ କରନ୍ତୁ କାରଣ ଶୁକ୍ରବାର ସୁବିଧା ଜିନିଷର କାରକ ହୋଇଥାଏ।
ଶନିବାର : ଶନିବାର ଶନିଦେବଙ୍କ ଦିନ। ଏହି ଦିନରେ ଶିବଲିଙ୍ଗଙ୍କ ଉପରେ ରାଶି ଚଢ଼ାନ୍ତୁ। ଏହାସହିତ କୌଣସି ଗରିବଙ୍କୁ ରାଶିରେ ପ୍ରସ୍ତୁତ ଭୋଜନ କରାଇବା ଉଚିତ। ଏମିତି କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।