ମାଓବାଦୀଙ୍କୁ ମିଳୁନି ଟଙ୍କା, ସଂଗଠନ ପାଇଁ ଟଙ୍କା ଯୋଗାଡ କରିବାକୁ ଆଦିବସୀ ଯୁବକଙ୍କୁ କରୁଛନ୍ତି ନିଶାନା, ନପାରିଲେ ଦେଉଛନ୍ତି ମାଡ

ମାଲକାନଗିରି(କେନ୍ୟୁଜ୍): ନକ୍ସଲଙ୍କ ଅମାନୁଷିକ କାଣ୍ଡ। ଆଦିବାସୀ ବଣ୍ଡା ଯୁବକକୁ ମାଓବାଦୀଙ୍କ ନିସ୍ତୁକ ମାଡ଼। ମାଓ ସଂଗଠନରେ ଟଙ୍କା ଅଭାବ ହେବାରୁ ଏହାକୁ ଯୋଗାଡ଼ କରିବା ପାଇଁ ବଣ୍ଡା ଯୁବକକୁ ମାଡ଼ମାରି ଲହୁଲୁହାଣ କରିଛନ୍ତି। ନକ୍ସଲଙ୍କ ଏଭଳି ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଫୁରସୁଗୁଡ଼ା ଗାଁରେ। ଗତ ୨ଦିନ ତଳେ ଫୁରସୁଗୁଡ଼ା ଗାଁର ଭାସ୍କର କିରସାନି ନାମକ ବଣ୍ଡା ଯୁବକ ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ୮ରୁ ଅଧିକ ମାଓବାଦୀ ତାଙ୍କୁ ମାଓ କ୍ୟାମ୍ପକୁ ନେଇଯାଇଥିଲେ। ସେଠାରେ ଫୁରସୁଗୁଡ଼ାର ଠିକାଦାର କିଏ କିଏ ରହିଛନ୍ତି, ଧନୀ ଲୋକଙ୍କ ନାଁ ସଂପର୍କରେ ପଚରାଉଚୁରା କରିଥିଲେ। ତେବେ ସେ କିଛି କହିନପାରିବାରୁ ଭାସ୍କର ପେଟ, ପିଠିରେ ବନ୍ଧୁକ ପଛପଟେ ନିର୍ଧୁମ ମାଡ଼ ମାରିଥିଲେ। ପରେ ସେ ପ୍ରବଳ ଯନ୍ତ୍ରଣାରେ ଦୀର୍ଘ ୧୫କିମି ଦୌଡ଼ି ଦୌ଼ଡି ଗାଁରେ ପହଞ୍ଚିଥିଲେ। ପରେ ଗ୍ରାମବାସୀ ତାଙ୍କୁ ଖଇରପୁଟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.