କମ୍ ଟଙ୍କାରେ ଅଧିକ ପାଇବାର ହିଟ ଆଣ୍ଡ ଫିଟ ଫର୍ମୁଲା, ଜାଣନ୍ତୁ SBI vs ପୋଷ୍ଟ ଅଫିସ ମଧ୍ୟରେ କେଉଁଟା ଭଲ ବିକଳ୍ପ

ସମୟ ସହିତ ପୁଞ୍ଜିନିବେଶ କରିବା ପାଇଁ ରିକରିଂ ଡିପୋଜିଟ୍ ହେଉଛି ଏକ ବଢ଼ିଆ ବିକଳ୍ପ। ବ୍ୟାଙ୍କ୍ ସେଭିଂ ଡିପୋଜିଟ୍ ମୁକାବିଲାରେ ଆପଣଙ୍କୁ ରିକରିଂ ଡିପୋଜିଟ (Bank Savings Deposits)ରେ ଅଧିକ ସୁଧ ମିଳିବ। ଏହା ଏକ ପ୍ରକାର ଟର୍ମ ଡିପୋଜିଟ, ଯାହାକୁ ବ୍ୟାଙ୍କ୍ ଅପର କରିଥାଏ। ଆରଡି ସାହାଯ୍ୟରେ ଆପଣ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଭିତରେ ପ୍ରତିମାସ କିଛି ଟଙ୍କା ନିବେଶ କରି ସେଭିଂ ଜମା କରିପାରିବେ। ଅବଶ୍ୟ, ଇନଷ୍ଟଲମେଣ୍ଟ ଦର ଥରେ ଫିକ୍ସ ହେବା ପରେ ଆପଣ ଏହାକୁ ବଦଳାଇ ପାରିବେନାହିଁ। ଯଦି ଆପଣ ଆରଡି ବ୍ୟାଙ୍କ୍ କିମ୍ବା ପୋଷ୍ଟ ଅଫିସରେ ଖୋଲିପାରିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ ଗ୍ରାହକଙ୍କୁ ଆରଡିର ବିକଳ୍ପ ରହିଛି।

SBI-ଗତ ମାସ ୧୦ ତାରିଖରେ ଏସବିଆଇ ଆରଡି ଡିପୋଜିଟରେ ସୁଧ ଦରକୁ ହ୍ରାସ କରିଥିଲା। ଏସବିଆଇ ସାଧାରଣ ଲୋକଙ୍କ ପାଇଁ ଆରଡି ଉପରେ ୫.୮୦ ରୁ ୬.୨୫ ପ୍ରତିଶତ ଦରରେ ସୁଧ ଦେଉଛି। ସେହିପରି ସିନିୟର ସିଟିଜେନଙ୍କ ପାଇଁ ଏଥିରେ ୫୦ ବେସିିସ ପଏଣ୍ଟର ଅତିରିକ୍ତ ଲାଭ ମିଳିବ। ଏସବିଆଇ ତୁଳନାରେ ପୋଷ୍ଟ ଅଫିସରେ ଆରଡି ବର୍ଷକୁ ୭.୨ ସୁଧ ଦରରେ ମିଳିଥାଏ।

ଏହାସହ ପଢନ୍ତୁ : ଗୋଟିଏ ଦେଶ ଗୋଟିଏ ପରିଚୟ ! ଆଧାର, ଭୋଟର, ଡିଏଲ ଏବଂ ପାସପୋର୍ଟ ସବୁ ପାଇଁ ହେବ ଗୋଟିଏ ମାତ୍ର କାର୍ଡ

-ଏସବିଆଇ ଆରଡିର ମ୍ୟାଚୁରିଟୀ ପିରିୟଡ୍ ୧ ବର୍ଷରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ରହିଛି। ପୋଷ୍ଟ ଅଫିସର ଆରଡିରେ ୫ ବର୍ଷର ମ୍ୟାଚୁରିଟୀ ପିରିୟଡ୍ ରହିଥାଏ।

post office-ଏସବିଆଇରେ ଆପଣ ନଗଦ କିମ୍ବା ଚେକ ସାହାଯ୍ୟରେ ଆରଡି ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ପୋଷ୍ଟ ଅଫିସ୍ ପାଇଁ ଆପଣଙ୍କୁ ନଗଦ ଜମା କରିବାକୁ ହେବ।

-ଆପଣ ନେଟ୍ ବ୍ୟାକିଂ ଜରୀଆରେ ଏସବିଆଇରେ ଆରଡି ଆକାଉଣ୍ଟ ଖୋଲି ପାରିବେ। ପୋଷ୍ଟ ଅଫିସରେ ଆରଡି ଖୋଲିବା ପାଇଁ ଆପଣଙ୍କୁ ପୋଷ୍ଟ ଅଫିସ୍ ବ୍ରାଞ୍ଜ ପର୍ଯ୍ୟନ୍ତ ଯିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.