ଏହି ଟିଭି ଉପସ୍ଥାପକ ୧୦ ବର୍ଷ ହେବ ଧୋଇନାହାନ୍ତି ହାତ! ଜାଣନ୍ତୁ କାରଣ

ଆମେରିକାର ଜଣେ ଟିଭି ହୋଷ୍ଟ୍‍ ଅନ୍ ଏୟାର୍ କହିଛନ୍ତି, ସେ ୧୦ ବର୍ଷ ହେବ ନିଜ ହାତ ଧୋଇ ନାହାନ୍ତି। କାହିଁକି ନା, ତାଙ୍କ ମତରେ ଜୀବାଣୁ ବୋଲି କିଛି ଜିନିଷ ବାସ୍ତବରେ ନ ଥାଏ। ହୋଷ୍ଟ୍‍ ଜଣକ କୁହନ୍ତି, ସେ ଜୀବାଣୁମାନଙ୍କୁ ଦେଖିପାରନ୍ତି ନାହିଁ, ତେଣୁ ସେ ଏ ସବୁକୁ ବିଶ୍ୱାସ କରନ୍ତିନି। ଫ୍ରାନ୍ସର ନ୍ୟୁଜ୍ ହୋଷ୍ଟ୍‍ ପିଟ୍ ହେଗ୍‌ସେଥ୍‌ଙ୍କ କହିବା ହେଲା, ସୂକ୍ଷ୍ମ ଜୀବାଣୁ ମହଜୁଦ୍ ନ ଥାଆନ୍ତି। କାରଣ, ଏମାନେ ଖାଲି ଆଖିରେ ଆମକୁ ଦେଖାଯାଆନ୍ତି ନାହିଁ। ସେ କହିଥିଲେ, ମୁଁ ନିଜେ ଟୀକାକରଣ କରିଥାଏ।

ତାଙ୍କର ଏହି ଖବର କିଛିଦିନ ହେବ ସାମ୍ନାକୁ ଆସିଛି। ତାଙ୍କ କୋ-ହୋଷ୍ଟ୍‍ ଏଡ୍ ହେନେରୀ ଏବଂ ଜେଡେଡିଆ ବିଲା ଡିନର ପରେ ଯେତେବେଳେ ତାଙ୍କୁ ବଳିଥିବା ପିଜ୍ଜା ଖାଇବାକୁ କହିଥିଲେ, ସେତେବେଳେ ଏହି କଥା ଜଣାପଡ଼ିଥିଲା। ହେଗ୍‌ସେଥ୍ କହିଥିଲେ, ୨୦୧୯ରେ ମୋର ସଂକଳ୍ପ ହେଉଛି, ମୁଁ ଯାହା ଅଫ୍ ଏୟାର୍ କହିବି, ତାହାକୁ ଅନ୍ ଏୟାର ମଧ୍ୟ କହିବି। ଯଦିଓ ଏହାକୁ ସେ ପରବର୍ତ୍ତୀ ସମୟରେ ମଜାକ୍ ବୋଲି କହିଥିଲେ। କିନ୍ତୁ ତାଙ୍କର ମୋଟାମୋଟି କହିବା ଥିଲା, ସଫାସୁତରାକୁ ନେଇ ଲୋକେ ଅତିରଞ୍ଜିତ ହେଉଛନ୍ତି।

ଏହାସହ ପଢ଼ନ୍ତୁ: ଭାରତର ଏହି ନଦୀ ବହିଥାଏ ଓଲଟା ଦିଗରେ, ଜାଣିଛନ୍ତି କି ଆପଣ?

ଏକ ଗଣମାଧ୍ୟମକୁ ହେଗ୍‌ସେଥ୍ କହିଥିଲେ, ଆମେ ଏମିତି ଏକ ସମାଜରେ ରହିଛୁ, ଯେଉଁଠି ଆମ ଆଖପାଖର ଲୋକେ ପକେଟ ଏବଂ ବ୍ୟାଗରେ ହ୍ୟାଣ୍ଡ୍ ସାନିଟାଇଜର ଧରି ବୁଲନ୍ତି। ଆଉ ଦିନରେ ତାହାକୁ ୧୯,୦୦୦ ଥର ବ୍ୟବହାର କରିଥାଆନ୍ତି, ଯେପରି ଏହାଦ୍ୱାରା ସେମାନଙ୍କ ଜୀବନ ବଞ୍ଚିଯାଉଛି। ସେ ଆହୁରି କହିଥିଲେ, ମୁଁ ନିଜର ଦେଖାଶୁଣା କରିଥାଏ। କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ କୌଣସି ଜିନିଷ ପଛରେ ଧାଏଁ ନାହିଁ।

Leave A Reply

Your email address will not be published.