Below header

ସାଙ୍ଗର ବିବାହରେ ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କଲେ ଶ୍ଲୋକା ମେହତା, ଭାଇରାଲ ହେଲା ଭିଡିଓ

ମୁକେଶ ଅମ୍ବାନୀଙ୍କ ବୋହୂ ଶ୍ଲୋକା ଏବଂ ଝିଅ ଇଶା ଆଜି ତାଙ୍କର ପ୍ରଥମ କରଓ୍ଵାଚୌଥ୍ ପାଳନ କରିବେ। ଏହା ପୂର୍ବରୁ ଶ୍ଲୋକା ଏବଂ ଇସାଙ୍କ ମା ନୀତା ଅମ୍ବାନୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବର୍ତ୍ତମାନ ପଯ୍ୟର୍ନ୍ତ ସୋସିଆଲ ମିଡିଆରେ ଲକ୍ଷେ ଭ୍ୟୁଜ୍ ମିଳିସାରିଲାଣି। ଭିଡିଓରୁ ଯାହା ଜଣାପଡୁଛି ଏହି ଭିଡିଓ ଅମ୍ବାନୀ ପରିବାରର ଖୁବ୍ ଖାସ୍ ଏବଂ ନିଜର ଫ୍ୟାମିଲି ଫ୍ରେଣ୍ଡଙ୍କ ବିବାହ ଭିଡିଓ ହୋଇପାରେ।

ଏଠାରେ ପୁରା ଅମ୍ବାନୀ ପରିବାର ସାମିଲ ହୋଇଥିଲେ। ଏହି ପ୍ରୋଗ୍ରାମରେ ନୀତା ଅମ୍ବାନୀଙ୍କ ଭଉଣୀ ମମତା ଦଲାଲ୍ ମଧ୍ୟ ଯୋଗ ଦେଇଥିଲେ। ନୀତା ଅମ୍ବାନୀ ନିଜର ଫେବରାଇଟ୍ ଗୀତରେ ମଧ୍ୟ ଡ୍ୟାନ୍ସ କରିଥିଲେ। କେବଳ ନୀତା ନୁର୍ହେ ତାଙ୍କ ବୋହୂ ଶ୍ଲୋକା ଏବଂ ଝିଅ ମଧ୍ୟ ଡ୍ୟାନ୍ସ କରିଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ଲୋକା ହୀରା ବ୍ୟବସାୟୀ ରସେଲ ମେହତାଙ୍କ ଝିଅ। ଶ୍ଲୋକା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଥିଲେ। ଏହାପରେ ସେ ଲଣ୍ଡନ ସ୍କୁଲ ଅପ୍ ଇକୋନୋମିକ୍ସ ଏବଂ ପଲଟିକାଲ ସାଇନ୍ସ ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୨୦୧୪ ମସିହାରେ ଶ୍ଲୋକା ମେହତା ରୋଜି ବ୍ଲୁ ଫାଉଣ୍ଡେସନର ଡାଇରେକ୍ଟର ଭାବେ କାଯ୍ୟର୍ଭାର ବହନ କରିଥିଲେ। ଏଥିସହ ଶ୍ଲୋକା କନେକ୍ଟର ନାମକ ସଂସ୍ଥାରେ ସହ ସଂସ୍ଥାପକ ଭାବେ ସମସ୍ତ ଦାୟିତ୍ୱ ତୁଲାଇଥିଲେ। ଶ୍ଲୋକାଙ୍କ ଏହି ସଂସ୍ଥା ଏନଜିଓ ପାଇଁ କାମ କରିଥାଏ।

ରିପୋର୍ଟ ଅନୁଯାୟୀ ଶ୍ଳୋକା ମେହତା ସମୁଦାୟ ୧୮୦ ଲକ୍ଷ ମୂଲ୍ୟ, ଯାହା ଆମେରିକି ଡଳାର ତୁଳନାରେ ୧୨୦ କୋଟି ଟଙ୍କା। କେବଳ ଏତିକି ନୁହେଁ ଲଗ୍ଜୁରୀ କାର ମଧ୍ୟ ଶ୍ଲୋକଙ୍କର ଖୁବ୍ ସୌକ୍‌। ତାଙ୍କ ପାଖରେ ମିନୀ କୁପର, ମର୍ସିଡିଜ୍ ବେଂଜ୍ ଏବଂ ବେଂଟଲେ ଭଳି କାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.