ମହାରାଷ୍ଟ୍ରର ୨୮୮ ଆସନ ଓ ହରିଆଣାର ୯୦ ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର

କେନ୍ୟୁଜ୍ : ମହାରାଷ୍ଟ୍ରର ୨୮୮ ଆସନ ଓ ହରିଆଣାର ୯୦ ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମହାରାଷ୍ଟ୍ରରେ ମୋଟ ୮.୯ କୋଟି ଭୋଟର ୩ହଜାର ୧୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରଛନ୍ତି । ସର୍ଭିସ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଓ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ସିଧାସଳଖ ଲଢେଇ ହେଉଛି। ବିଜେପି ୧୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା ୧୨୬ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି କଂଗ୍ରେସ ଓ ଏନସିପି ଉଭୟ ୧୨୫ଟି ଲେଖାଏଁ ଆସନରେ ଲଢୁଥିବା ବେଳେ ଅନ୍ୟ ୩୮ଟି ଆସନରେ ଛୋଟ ସହଯୋଗୀ ଦଳ ଲଢୁଛନ୍ତି। ଚଳିତ ଥର ନିର୍ବାଚନରେ ଠାକରେ ପରିବାରରୁ ପ୍ରଥମ ଥର ପାଇଁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ମୁମ୍ବାଇ ଓ୍ଵର୍ଲି ଆସନରୁ ଲଢୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.