ମାଲକାନଗିରି: ମାଓବାଦୀ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାରର ୧୩ ଜଣ, ଏସ୍‌ପିଙ୍କୁ ଭେଟି ଦେଲେ ଏତଲା

ମାଲକାନଗିରି(କେନ୍ୟୁଜ୍): ମାଓବାଦୀ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାରର ୧୩ଜଣ । ମାଲକାନଗିରି ଜିଲ୍ଲା ଡାବୁଗୁଡ଼ା ଗାଁର ଏହି ପରିବାର ଲୋକେ ମୁଦୁଲିପଡ଼ା ଥାନାରେ ଏତଲା ଦେବା ସହ ଏସ୍‌ପିଙ୍କୁ ଭେଟିଛନ୍ତି । ଅଗଷ୍ଟ ୨୮ରେ ମାଲକାନଗିରି ଜିଲ୍ଲା ଡାବୁଗୁଡ଼ା ଗାଁରେ ଏନ୍‌କାଉଣ୍ଟରରେ, ଟପ୍‌ ମାଓ କମାଣ୍ଡର ରାକେଶର ମୃତ୍ୟୁ ହୋଇଥିଲା । ଏହାପରେ ଲାଲବାହିନୀ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି । ଏନ୍‌କାଉଣ୍ଟରର ଦୁଇ ମାସ ପରେ ୫୦ରୁ ୬୦ ମାଓବାଦୀ ଗାଁକୁ ଆସି ପ୍ରଜାକୋର୍ଟ କରିଥିଲେ । ଗ୍ରାମବାସୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାସହ ଏହି ପରିବାରର ୧୩ ଜଣଙ୍କୁ ଗାଁରୁ ବାହାରିଯିବାକୁ ଧମକ ଦେଇଥିଲେ । ତାଙ୍କ ଘର ସହ ଆସବାବ ପତ୍ର ଭାଙ୍ଗି ଦେଇଥିଲେ । ସେମାନେ ଚାଷ କରୁଥିବା ଜମିରୁ ଧାନ ନ କାଟିବାକୁ ଦେଇଥିଲେ ଚେତାବନୀ । ଏ ଘଟଣା ପରେ ପରିବାରର ୧୩ ଜଣ ଭିଟାମାଟି ଛାଡିଛନ୍ତି । ଜିଲ୍ଲାରେ ଏପରି ଘଟଣା ପ୍ରଥମ ନୁହଁ । ବର୍ତ୍ତମାନ ଜିଲ୍ଲାର ପ୍ରାୟ ଶହେରୁ ଅଧିକ ପରିବାର ମାଓବାଦୀଙ୍କ ଭୟରେ ନିଜ ଭିଟାମାଟି ଛାଡି ବାହାରେ ରହୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.