ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଅନୁଷ୍କା ଶର୍ମୀ ଗତ କିଛି ବର୍ଷ ହେବ ସମ୍ପୂର୍ଣ୍ଣ ଶାକାହାରୀ ହୋଇଯାଇଛନ୍ତି। ୨୦୧୫ ମସିହାରୁ ସେ କେବଳ ପନିପରିବା ଖାଉଛନ୍ତି। ବିରାଟ କୋହଲିଙ୍କ ଅର୍ଦ୍ଧାଙ୍ଗିନୀ କେବଳ ନିଜ ଆକ୍ଟିଂ ପାଇଁ ନୁହେଁ ଲାଇଫ୍ଷ୍ଟାଇଲ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଅନୁଷ୍କା ନିଜ ଖାଦ୍ୟ ସମ୍ପର୍କରେ ଯେବେ ସୂଚନା ଦେଲେ ତାଙ୍କୁ ଏହାର କାରଣ ପଚରାଯିବା ସହ ଶରୀରକୁ ପ୍ରୋଟିନ୍ କେମିତି ଯୋଗାଇବେ ବୋଲି ପ୍ରଶ୍ନ କରାଯାଇଥିଲା। ତେବେ ସେ ବର୍ତ୍ତମାନ ଏହାର ଖୁଲାସା ସୋସିଆଲ ମିଡିଆରେ କରିଛନ୍ତି।
ଅନୁଷ୍କା ଟ୍ଵିଟ୍ କରି କହିଛନ୍ତି ଯେ ମୁଁ ଶାକାହାରୀ ହେବା ପରେ ଲୋକମାନେ ମୋତେ ପ୍ରୋଟିନ୍ କେଉଁଠୁ ପାଉଛି ବୋଲି ପ୍ରଶ୍ନ କରିଥିଲେ। ନେଟଫ୍ଲେକ୍ସରେ ଉପଲବ୍ଧ ‘ଦ ଗେମ୍ ଚେଞ୍ଚର’ ଫିଲ୍ମ ହେଉଛି ଏହାର ଉତ୍ତର।
Since I turned vegetarian, the question I’m asked the most is ‘Where do you get your protein from?’. The film, The Game Changers on Netflix is my answer to all those questions forever 😂 .
— Anushka Sharma (@AnushkaSharma) October 22, 2019
ସେ କହିଛନ୍ତି ଯେ ଏହି ଫିଲ୍ମ ଦେଖିବା ପରେ ମୁଁ ଆମିଷ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ଏହି ଫିଲ୍ମ ଫିଟ୍ନେସ୍ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ବିଷୟ ପ୍ରତି ଆପଣଙ୍କ ଚିନ୍ତା ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ସେ ଏହି ପୋଷ୍ଟ ସହ ଫିଲ୍ମର ଟ୍ରେଲର ମଧ୍ୟ ସେୟାର କରିଛନ୍ତି।
But seriously, I just watched this film and it’s an eye-opener… helps you a great deal related to understanding fitness and beyond.
If you guys want to check it out, here’s the trailer : https://t.co/AxZlxJZU3r
Love and light always !— Anushka Sharma (@AnushkaSharma) October 22, 2019
୨୦୧୭ ମସିହାରେ ଅନୁଷ୍କା କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ବିରାଟ ମଧ୍ୟ ଆମିଷ ଛାଡ଼ିଦେଇ ସମ୍ପୂର୍ଣ୍ଣ ଶାକାହାରୀ ହୋଇଯାଇଥିଲେ। ଅନୁଷ୍କାଙ୍କ ପରେ ବିରାଟ ମଧ୍ୟ ଫିଲ୍ମକୁ ନେଇ ଟ୍ଵିଟ୍ କରିଥିବା ଦେଖିବାକୁ ମିଳିଛି।
Saw game changers on Netflix. Being a vegetarian athlete has made me realise what I have believed all these years regarding diet was a myth. What an amazing documentary and yes I’ve never felt better in my life after I turned vegetarian.
— Virat Kohli (@imVkohli) October 23, 2019
ଏହାସହ ପଢ଼ନ୍ତୁ: ଜନ୍ମଦିନରେ ଅର୍ଜୁନଙ୍କ ସହ ମତୁଆଲା ହୋଇ ଡ୍ୟାନ୍ସ କଲେ ମଲାଇକା ଅରୋରା, ଦେଖନ୍ତୁ ଭାଇରାଲ ଭିଡିଓ