ଏହିସବୁ ସ୍ଥାନରେ ଭୁଲରେ ବି ରଖନ୍ତୁ ନାହିଁ ଫୋନ , ନହେଲେ ହୋଇପାରେ ଏଭଳି ଗମ୍ଭୀର ରୋଗ

ଆଜିର ଦୁନିଆରେ ଏପରି କେହିବି ନାହିଁ ଯିଏ ସ୍ମାର୍ଟଫୋନର ବ୍ୟବହାର କରେନି । ଏହି ଡିଭାଇସ ଲୋକମାନଙ୍କ ସହିତ ୨୪ ଘଣ୍ଟା ରହିଥାଏ । ଶୋଇବା ଠୁ ନେଇ ଖାଇବା ପର୍ଯ୍ୟନ୍ତ ସବୁ ସମୟରେ ନିଜ ଫୋନକୁ ପାଖରେ ରଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଅନେକ ଲୋକ ଏହା ଜାଣିନଥିବେ ଯେ ୨୪ ଘଣ୍ଟା ନିଜ ପାଖରେ ଫୋନ ରଖିବା ଦ୍ୱାରା ଶରୀରକୁ କେଉଁ ପ୍ରକାରର କ୍ଷତି ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମୋବାଇଲକୁ ସବୁବେଳେ ନିଜ ପାଖରେ ରଖିବା ଦ୍ୱାରା ଗମ୍ଭୀର ବେମାରୀ ହେବାର ସମ୍ଭାବନା ରହିଥାଏ । ତାହେଲେ ଆସନ୍ତୁ ଜାଣିବା ସ୍ମାର୍ଟଫୋନକୁ କେଉଁ କେଉଁ ସ୍ଥାନରେ ରଖିଲେ ଏହା ଶରୀର ଉପରେ କେଉଁ ପ୍ରକାରର କୁପ୍ରଭାବ ପକାଇଥାଏ ।

ପଛ ପକେଟରେ ସ୍ମାର୍ଟଫୋନ ରଖିବା

mobile

ଅଧିକାଂଶ ଲୋକ ଫୋନକୁ ନିଜ ପଛ ପକେଟରେ ରଖିଥାନ୍ତି । ଏପରି କରିବା ଦ୍ୱାର ଫୋନ ଭାଙ୍ଗିଯିବାର ସମ୍ଭାବନା ବଢି ଯାଇଥାଏ । ତାସହିତ ଏପରି କରିବା ଦ୍ୱାରା ପେଟ ଏବଂ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ । ଯାହାକି ଡାକ୍ତରମାନଙ୍କ ଦ୍ୱାରା ପ୍ରମାଣିତ ହୋଇଛି ।

ତକିଆ ତଳେ ଫୋନ ରଖି ଶୋଇବା

mobile

ସାଧାରଣତଃ ଅନେକ ଲୋକ ନିଜ ତକିଆ ତଳେ ଫୋନ ରଖି ଶୋଇପଡିଥାନ୍ତି । ଯାହାକି ସମ୍ପୂର୍ଣ ଭାବେ ଭୁଲ ହୋଇଥାଏ । ଏହି କାରଣରୁ ଲୋକମାନଙ୍କୁ ମୁଣ୍ଡବିନ୍ଧା ଏବଂ ଚକ୍କର ଆସିବାରେ ଲାଗିଥାଏ । ଏପରି ଏଥିପାଇଁ ହୋଇଥାଏ କାରଣ ଏହି ଡିଭାଇସରୁ ଇଲେକ୍ଟ୍ରୋନିକ୍ସ ରେଡ଼ିଏସନ ବାହାରିଥାଏ । ଏହି ରେଡ଼ିଏସନ ମଣିଷଙ୍କ ଠୁ ନେଇ ପଶୁମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବହୁତ କ୍ଷତିକାରକ ଅଟେ ।

ସ୍ମାର୍ଟଫୋନକୁ ଆଜି ପକେଟରେ ରଖିବା

mobile
ଏହାସହ ପଢନ୍ତୁ 108MP ପ୍ରାଇମେରୀ କ୍ୟାମେରା ସହ ଲଞ୍ଚ ହେଉଛି Xiaomi Mi CC9 Pro, ମିଳିବ ୪ଟି ଆଡିସନାଲ କ୍ୟାମେରା

ସାଧାରଣତଃ ଅଧିକାଂଶ ଲୋକ ନିଜ ଫୋନକୁ ଆଗ ପକେଟରେ ରଖିଥାନ୍ତି । କିନ୍ତୁ ଏହାଦ୍ୱାରା ଆପଣଙ୍କର ସ୍ପର୍ମ କାଉଣ୍ଟ କମ ହୋଇଯାଇଥାଏ । ତାସହିତ ଏହାର ଗୁଣବତ୍ତା ମଧ୍ୟ ନଷ୍ଟ ହୋଇଥାଏ ।

ପିଲାମାନଙ୍କଠୁ ଦୁରେଇ ରଖନ୍ତୁ

बच्चे और स्मार्टफोन

ଛୋଟ ପିଲାଙ୍କ ପାଖରେ ଫୋନ ରଖିବା ମଧ୍ୟ ବହୁତ ବିପଦପୂର୍ଣ୍ଣ ହୋଇଥାଏ । ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ପିଲାମାନଙ୍କ ପାଖରେ ଫୋନ ରଖିବା ଦ୍ୱାରା ସେମାନଙ୍କଠାରେ ହାଇପରଆକ୍ଟିଭିଟି ଓ ଡେଫିସିଟି ଡିସଅର୍ଡର ଭଳି ରୋଗ ଦେଖାଯାଇପାରେ ।

ରୋଷେଇ ଘରେ ରଖନ୍ତୁ ନାହିଁ ଫୋନ

OnePlus Smartphone catches fire

ଯଦି ଆପଣ ଭୁଲରେ ନିଜ ରୋଷେଇ ଘରେ କିମ୍ବା ଗ୍ୟାସ ପାଖରେ ଫୋନକୁ ରଖି ଦେଉଛନ୍ତି ତାହେଲେ ଭୁଲରେ ବି ଏପରି କରନ୍ତୁ ନାହିଁ । ଏହାଦ୍ୱାରା ଫୋନରେ ନିଆଁ ଲାଗିବା ଏବଂ ବ୍ଲାଷ୍ଟ ହେବାର ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.