ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ‘ଭେଜ କବାବ ରୋଲ ପରଠା’

ଏମିତିରେ ତ ଆପଣ ରୋଲ ଖାଇଥିବେ । କବାବ ମଧ୍ୟ ଖାଇଥିବେ । କିନ୍ତୁ କେବେ ଭେଜ କଵାବ ରୋଲ ଖାଇଛନ୍ତିକି । ରୋଲ ଖାଇବା ସୌଖିନ ଲୋକ ଘରେ ବସି ଏହି ସ୍ୱାଦିଷ୍ଟ ରୋଲ ପ୍ରସ୍ତୁତ କରି ଖାଇପାରିବେ । ଆଉ ମଧ୍ୟ ଏହା ବହୁ ସ୍ୱାଦିଷ୍ଟ ହୋଇଥାଏ । ବିଭିନ୍ନ ପନିପରିବାରେ ଏହା ପ୍ରସ୍ତୁତ ହୋଇଥିବାରୁ ଏହା ଦେହ ପାଇଁ ଖୁବ ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକ ସାମଗ୍ରୀ:

୧. ୨ କପ ସୋୟା ବଡ଼ି
୨.ବ୍ରେଡ ସ୍ଲାଶ ୪ ପିସ
୩. ୨ ଛୋଟ ଚାମଚ ସିର୍କା
୪. ୨ ଚାମଚ ରସୁଣ ପେଷ୍ଟ
୫. ଆବଶ୍ୟକ ଅନୁଯାୟୀ ଲାଲ ଲଙ୍କା ପାଉଡର
୬.ଅଧା ଚାମଚ ଗୋଲ ମରିଚ ଗୁଣ୍ଡ
୭.ସ୍ୱାଦ ଅନୁସାରେ ଲୁଣ
୮. ୨ଟି ମଧ୍ୟ ଆକାରର ପିଆଜ

୯. କିଛି କଞ୍ଚା ଲଙ୍କ

role

ପରଠା ପାଇଁ:

ଗହମରୁ ତିଆରି ହୋଇଥିବା ଅଟା, ସ୍ୱାଦ ଅନୁସାରେ ଲୁଣ, ତେଲ

 

ଏହା ସହ ପଢନ୍ତୁ: କେବେ ପ୍ରସ୍ତୁତ କରିଛନ୍ତି କି ସ୍ୱାଦିଷ୍ଟ ‘ଦହି କବାବ୍‌’, ଆଜି ହିଁ ଘରେ ବନାନ୍ତୁ

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ସୋୟାବିନକୁ ପାଣିରେ ଭିଜାଇ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ପରେ ଏହାକୁ ଭଲ ଭାବେ ଚିପୁଡ଼ି ଏହାର ପାଣି ବାହାର କରି ଦିଅନ୍ତୁ । ଅନ୍ୟ ପକ୍ଷରେ ବ୍ରେଡକୁ ଗୁଣ୍ଡ କରି ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏବେ ସୋୟା ବଡି, ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର, ଗୋଲ ମରିଚ ପାଉଡର, ସ୍ୱାଦ ଅନୁସାରେ ଲୁଣ, କଞ୍ଚା ଲଙ୍କା ଓ ସିର୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଯେତେବେଳେ ଏହି ମିଶ୍ରଣଟି ଭଲ ଭାବେ ମିଶି ଯିବ ଏହାର ଛୋଟ ଛୋଟ କବାବ ବନାଇ ଫ୍ରିଜରେ ରଖି ଦିଅନ୍ତୁ । ଏବେ କଡେଇରେ ତେଲ ଗରମ କରି ଏହି କବାବ ଗୁଡିକୁ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ ।

ପରଠା ପାଇଁ ଅଟାରେ କିଛି ଲୁଣ ଓ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାକୁ ଏକ ଓଦା କପଡା ଘୋଡାଇ ପ୍ରାୟ ୧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏବେ ସେହି ଅଟାରେ ରୋଟୀ ତିଆରି କରି ତାୱାରେ ଅଳ୍ପ ତେଲ ଦେଇ ପରଠାର ଦୁଇ ପାଖ ସେକି ଦିଅନ୍ତୁ । ଯେବେ ପରଠା ପ୍ରସ୍ତୁତ ହୋଇଯିବ ତା ଉପରେ ପୂର୍ବରୁ ପ୍ରସ୍ତୁତ ମିଶ୍ରଣକୁ ଦେଇ ସେଥିରେ ଟମାଟୋ ସସ, ଚି଼ଲ୍ଲୀ ସସ, ଛୋଟ କଟା ଯାଇଥିବା ଧନିଆ ପତ୍ର ପକାଇ ରୋଲ ପରି ମୋଡ଼ି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଭେଜ କବାବ ରୋଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.