ନରମ କଣ୍ଢେଇ ଦେଇ ଛାତ୍ରମାନଙ୍କୁ ପୁରସ୍କୃତ କରୁଛନ୍ତି ଏହି ପ୍ରଫେସର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଛାତ୍ରମାନଙ୍କ କଠିନ ପରିଶ୍ରମ ପାଇଁ ଏକ ବିଶ୍ୱବିଦ୍ୟାଳୟର ଜଣେ ଫ୍ରଫେସର ସେମାନଙ୍କୁ ଦେଉଛନ୍ତି ନରମ କଣ୍ଢେଇ। ଏହା ଦେବାରେ ତାଙ୍କୁ ବେଶ୍‌ ଖୁସି ଅନୁଭବ ହେଉଛି। ପ୍ରଫେସର ଦବାରା ନିଜ ବ୍ୟାଗରୁ କଣ୍ଢେଇଗୁଡ଼ିକୁ ବାହାର କରି କ୍ଲାସରୁମ୍‌ ଟେବୁଲରେ ରଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ: ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ଏହି ଗରିଲାର ଭିଡିଓ, ତା’ର ଅଜବ ଈଶାରା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

୮ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌କୁ ଜଣେ ୟୁଜର ଏମି ଟୁଇଟରରେ ଶେୟାର କରିଛନ୍ତି। ସେ ଏଥିରେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଦେଇଛନ୍ତି। ଏମି ଲେଖିଛନ୍ତି, ‘ମୁଁ କାନ୍ଦୁଛି… ଆମ ଅଧ୍ୟାପକ ଆମକୁ ପ୍ରତି ସପ୍ତାହରେ କୃତ୍ରିମ ପଶୁ କଣ୍ଢେଇଗୁଡ଼ିକୁ ଆଣି ଦେଉଛନ୍ତି। ଯେପରି ଆମ କଠିନ ପରିଶ୍ରମର ଫଳ ଆମକୁ ମିଳିପାରୁ’।

ଏହାସହ ପଢ଼ନ୍ତୁ: ମଝି ରାସ୍ତାରେ ପୋଲିସକୁ ନିର୍ଧୂମ ଛେଚିଲେ ଓକିଲ, ଉଦ୍ଧାର କଲେ ଲୋକେ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହି ଭିଡିଓକୁ ଦୁଇ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏ ପଯ୍ୟର୍ନ୍ତ ୨ ଲକ୍ଷ ଲୋକ ଏହାକୁ ରିଟୁଇଟ୍‌ କରିଥିବା ବେଳେ ୬ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଛି। ତେବେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର ପ୍ରଫେସରଙ୍କୁ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.