ଜୁଏଲାରୀ ଦୋକାନୀଙ୍କ ଅଜବ ସୌକ୍‌, ସୁନାର ଟଏଲେଟ୍‌ରେ ଲଗାଇଲେ ୪୦ହଜାରରୁ ଅଧିକ ହୀରା

ହଂକଂରେ ଏକ ଜୁଏଲାରୀରେ ତିଆରି ହୋଇଥିବା ସୁନାର ଟଏଲେଟ୍‌ ସୋସିଆଲ୍‌ ମିଡିଆରେ ଆକର୍ଷିତ ହେବାରେ ଲାଗିଛି। ସବୁଠାରୁ ଖାସ୍‌ କଥା ହେଉଛି ଏହି ସୁନାର ଟଏଲେଟ୍‌ରେ ହୀରା ମଧ୍ୟ ଲଗାଯାଇଛି। ଏହି ସୁନା ଟଏଲେଟ୍‌ ର ମୂଲ୍ୟ ୧୨୦ ଲକ୍ଷ ବା ୧.୩ ମିଲିୟନ ଡଲାର। ବୁଲେଟପ୍ରୁଫ୍‌ ଗ୍ଲାସରେ ତିଆରି ହୋଇଥିବା ଏହି ଟଏଲେଟ୍‌ ର ସିଟ୍‌ରେ ୪୦,୮୧୫ ଟି ଛୋଟ ଛୋଟ ହୀରା ଲାଗିଛି।

ସଂଘାଇରେ ଅନ୍ୟ ଏକ ଚାଇନା ଇଣ୍ଟରନ୍ୟାସନାଲ ଇମ୍ପୋର୍ଟ ଏକ୍ସପୋରେ ଏହି ଟଏଲେଟ୍‌ ର ପ୍ରଦର୍ଶନ କରାଯାଇଛି। ହଂକଂର ଜୁଏଲାରୀ ଫର୍ମ ଆରୋନ ଶୁମଙ୍କ ନିଜସ୍ୱ ଏକ ବ୍ରାଣ୍ଡ କୋରୋନେଟ ଦ୍ୱାରା ନିର୍ମିତ ହୋଇଥିବା ଏହି ଭବ୍ୟ ଟଏଲେଟ୍‌ ଏହି ଇଭେଣ୍ଟରେ ଅନେକ କେତେକ ହୀରାରେ ଜଡିତ ଥିବା ବସ୍ତୁ ମଧ୍ୟରୁ ସ୍ୱତନ୍ତ୍ର। ଏହି ଇଭେଣ୍ଟରେ ହୀରାରେ ଜଡିତ ଥିବା ଗିଟାରର ଦାମ୍‌ ମଧ୍ୟ ୨୦ ଲକ୍ଷ ଟଙ୍କା କୁହାଯାଇଥିଲା।
ଜୁଏଲାରୀରେ ନିର୍ମିତ ହୋଇଥିବା ଏହି ଟଏଲେଟ୍‌ରେ ସବୁଠାରୁ ଅଧିକ ହୀରା ଲଗାଯାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରାଯାଇଛି। କୋରେନେଟ୍‌ ପୂର୍ବରୁ ହିଁ ଗୋଟିଏ ସନଗ୍ଲାସ, ଘଣ୍ଟା, ମୋବାଇଲ କେସ୍‌ ଏବଂ କୋକା-କୋଲା ବୋତଲ ଆକାରର ଏକ ହ୍ୟାଣ୍ଡବ୍ୟାଗରେ ସବୁଠାରୁ ଅଦିକ ହୀରା ଲଗାଇବାର ରେକର୍ଡ କରିଛନ୍ତି।

gold-toilet

ଏହାସହ ପଢନ୍ତୁ: କୋଟିପତିଙ୍କ ପୁଅ କିନ୍ତୁ ବାସନ ମାଜୁଥିଲେ ହୋଟେଲରେ, ଜାଣନ୍ତୁ କାହିଁକି

ରିପୋର୍ଟ ଅନୁଯାୟୀ ଏହି ଇଭେଣ୍ଟରେ ଟଏଲେଟ୍‌ ଟି ଲୋକମାନଙ୍କୁ ଖୁବ୍‌ ଆକର୍ଷିତ କରିପାରିଥିଲେ ମଧ୍ୟ ଏହାର ନିର୍ମାତା ଏହାକୁ ବିକ୍ରି କରିବାର ଯୋଜନା କରିନାହାନ୍ତି। ଏହି ସମ୍ପର୍କରେ ହଂକଂର ପ୍ରସିଦ୍ଧ ଜୁଏଲାରୀ କହିଛନ୍ତି, ‘‘ଆମେ ଗୋଟିଏ ହୀରାର ଆର୍ଟ ମ୍ୟୁଜିୟମ ନିର୍ମାଣ କରିବାକୁ ଚାହୁଛୁ ଯେପରି ଅଧିକ ଲୋକମାନେ ଏହାର ଆନନ୍ଦ ଉଠାଇ ପାରିବେ।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.