ଶୀତ ଦିନରେ ଗରମ ଗରମ ଫୁଲ କୋବି ସୁପର ମଜା ନିଅନ୍ତୁ

ଟମାଟୋ ସୁପ, ଭେଜିଟେବଲ ସୁପ ବିଷୟରେ ତ ସମସ୍ତେ ଜାଣିଥିବେ । କିନ୍ତୁ ଫୁଲ କୋବି ସୁପ ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । ଭିଟାମିନ ଏ, ସି, ଡ଼ି ,ବି ୬, ମ୍ୟାଗନେସିୟମ, ପୋଟାସିୟମରେ ଭରପୁର ଫୁଲକୋବି ଶୀତ ଦିନର ଏକ ଉତ୍ତମ ପାରିବ ଭାବେ ଗଣା ଯାଇଥାଏ । ଆପଣତ ନିଶ୍ଚିତ ରୂପେ ଫୁଲ କୋବି ପରଠା, ତରକାରୀ, କୋଫତା ନିଶ୍ଚିତ ରୂପେ ଖାଇଥିବେ । କିନ୍ତୁ ଏ ବର୍ଷ ଥଣ୍ଡାରେ ଫୁଲକୋବି ସୁପ ନିଶ୍ଚିତ ରୂପେ ଘରେ କରି ଚାଖନ୍ତୁ । ନିଶ୍ଚିତ ରୂପେ ଏହାର ସ୍ୱାଦ ଆପଣଙ୍କୁ ଭଲ ଲାଗିବା ସହ ଆପଣଙ୍କ ଶରୀରକୁ ମଧ୍ୟ ଏହା ଖୁବ ଫୁର୍ତ୍ତି ରଖିବ ।

ଆବଶ୍ୟକୀୟ ସାମଗ୍ରୀ:

୧.ଫୁଲ କୋବି-୧ଟା
୨. ଗାଜର-୧ଟା
୩.ପିଆଜ -୧ ଟା
୪. ୨ ରୁ ୩ ଟି ରସୁଣ ପାଖୁଡା
୫. ଗୋଟେ କପ ପନିପରିବା କଟା ଯାଇଥିବା
୬.ଗୋଟେ ବଡ ଚାମଚ ତେଲ
୭. କିଛି ଧନିଆ ପତ୍ର
୮. ଗୋଲ ମରିଚ ଗୁଣ୍ଡ
୯. ସ୍ୱାଦ ଅନୁଯାୟୀ ଲୁଣ
୧୦.ଅଧା କପ କ୍ଷୀର

ଏହା ସହ ପଢନ୍ତୁ: ମହୁ ମଧ୍ୟ ନେଇପାରେ ଆପଣଙ୍କ ଜୀବନ, ଏହି ଚାରିଟି ଜିନିଷ ସହିତ ସେବନ କରିବା ହୋଇପାରେ ହାନିକାରକ

ପ୍ରସ୍ତୁତି ପ୍ରଣାଳୀ:

– ଗୋଟେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ସେଥିରେ କିଛି ପିଆଜ ପକାନ୍ତୁ । ପିଆଜ ହାଲ୍କା ଗୋଲଡେନ ରଙ୍ଗର ହୋଇଗଲେ ସେଥିରେ କଟା ଯାଇଥିବା ରସୁଣ ପକାନ୍ତୁ ।
-ପରେ ଏଥିରେ ଗୋଵି, ଗାଜର,ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାନ୍ତୁ  ଓ ଏଗୁଡିକ ସିଝିଯିବା ପର୍ଯ୍ୟନ୍ତ କଡ଼ାଇରେ ଏଗୁଡ଼ିକୁ ରଖନ୍ତୁ । ୫ ମିନିଟ ପାଇଁ ପରିବା ଷ୍ଟ୍ରୋକକୁ କଡ଼ାଇରେ ପକାଇ ସିଝାନ୍ତୁ ।
– ପରେ ସେଥିରେ ଦୁଧ ପକାଇ ଫୁଟିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପରେ କିଛି ଧନିଆ ପତ୍ର ପକାଇ ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.