ଭଗବାନ ଶିବଙ୍କର ପୂଜା କରିବା ପାଇଁ ଶ୍ରାବଣ ମାସର ସୋମବାର ବହୁତ ମହତ୍ବ ପୂର୍ଣ୍ଣ ହୋଇଥାଏ । ଏହି ଦିନରେ ମୂଖ୍ୟ ରୂପରେ ଶିବଲିଙ୍ଗର ପୂଜା କରାଯାଇଥାଏ ଏବଂ ଏହା ଉପରେ ଜଳ ତଥା ବେଲପତ୍ର ଅର୍ପଣ କରାଯାଇଥାଏ ।
ଶ୍ରାବଣର ଶେଷ ସୋମବାର ଏହି ବର୍ଷର ଶିବ କୃପା ପାପ୍ତ କରିବାର ଶେଷ ସମୟ ହେବ । ଏହି ଅବସରରେ ଆପଣଙ୍କର ମନସ୍କାମନା ପୁରା କରିବା ପାଇଁ ଅନ୍ତିମ ଚେଷ୍ଟା କରିପାରିବେ । ଏହି ବର୍ଷ ଶ୍ରାବଣର ଶେଷ ସୋମବାର ୨୦ ଅଗଷ୍ଟରେ ପଡୁଛି ।
ଶ୍ରାବଣ ମାସର ଶେଷ ସୋମବାରର ପୂଜା ବିଧି :
• ସ୍ନାନ କରିବା ପରେ ଶିବ ମନ୍ଦିର ଯାଆନ୍ତୁ ।
• ଘରୁ ଖାଲି ପାଦରେ ଯାଆନ୍ତୁ ତଥା ଘରୁ ହିଁ ଜଳ ଭରିକି ନିଅନ୍ତୁ ।
• ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
• ସେହିଠାରେ ଛିଡା ହୋଇ ଶିବ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।
• ଦିନରେ କେବଳ ଫଳ ଖାଆନ୍ତୁ ।
• ସଂଜ ସମୟରେ ଭଗବାନଙ୍କର ମନ୍ତ୍ରକୁ ଜପ କରନ୍ତୁ ଏବଂ ତାଙ୍କର ଆରତି କରନ୍ତୁ ।
ସଂପୂର୍ଣ୍ଣ କାମନା କରି ପୂଜା କରନ୍ତୁ :
• ଶିବଙ୍କୁ ଜଳର ଧାରା ଅର୍ପଣ କରନ୍ତୁ ।
• ଜଳ ଯଦି ନିଜ ଘରୁ ଭରିକି ନେଉଛନ୍ତି ତେବେ ଏହା ଅଧିକ ଉତ୍ତମ ହୋଇଥାଏ ।
• ନମଃ ଶିବାୟ ଏହି ମନ୍ତ୍ରକୁ ୧୧ ମାଳା ଜପ କରନ୍ତୁ ।
ଆହୁରି ପଢନ୍ତୁ : ପଢନ୍ତୁ, ବେଲପତ୍ରର ମହତ୍ବ ଏବଂ ଶିବଲିଙ୍ଗ ପୂଜା କରିବାର ନୀତି ନିୟମ
ଶୀଘ୍ର ବିବାହ ପାଇଁ :
• ଶିବଙ୍କୁ ସୁଗନ୍ଧ ଜଳ ଅର୍ପଣ କରନ୍ତୁ ।
• ସୁଗନ୍ଧିତ ଫୁଲ ଚଢାନ୍ତୁ ନାହିଁ ।
• ଓଁ ପାର୍ବତୀପତୟ ନମଃ ଏହି ମନ୍ତ୍ରକୁ ୧୧ମାଳା ଜପ କରନ୍ତୁ ।
ସନ୍ତାନ ସୁଖ ପାଇଁ :
• ଶିବଙ୍କୁ କ୍ଷୀରର ଭୋଗ ଅର୍ପଣ କରନ୍ତୁ ।
• ଘିଅରେ ୯ଟି ଦ୍ବୀପ ଜଳାନ୍ତୁ ।
• ଓଁ ସଂ ସଂକରାୟ ନମଃ ଏହି ମନ୍ତ୍ରଟିର ଜପ ପାଖାପାଖି ୧୧ଥର କରନ୍ତୁ ।
ଶୀଘ୍ର ସ୍ବାସ୍ଥ୍ୟ ଲାଭ ପାଇଁ :
• ଶିବଲିଙ୍ଗ ଉପରେ ପ୍ରଥମେ ୧୦୮ ବେଲପତ୍ର ଚଢାନ୍ତୁ ।
• ଏହା ପରେ ଜଳଧାରା ଅର୍ପଣ କରନ୍ତୁ ।
• ଓଁ ଜୁଁ ସଃ ମମ ପାଳୟ ପାଳୟ ମନ୍ତ୍ରକୁ ୧୧ମାଳା ଜପ କରନ୍ତୁ ।
ଅପାର ଧନପ୍ରାପ୍ତି ପାଇଁ :
• ଶିବଙ୍କର ପଞ୍ଚାମୃତରେ ଅଭିଶେକ କରନ୍ତୁ ।
• ଏହାପରେ ଜଳଧାରା ଅର୍ପଣ କରନ୍ତୁ ।
• ଓଁ ନମଃ ସମ୍ଭବାୟ ମନ୍ତ୍ରକୁ ୧୧ମାଳା ଜପ କରନ୍ତୁ ।