ଭାରତ ୩୨୯ ରନରେ ଅଲ୍ଆଉଟ୍

ନଟିଂହାମ୍ : ୩ୟ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଛି । ଏହା ପରେ ଘରୋଇ ଇଂଲଣ୍ଡ ଦଳ ତାର ପ୍ରଥମ ପାଳି ଆରମ୍ଭ କରି ଲଞ୍ଚ ସୁଦ୍ଧା ବିନା ଓ୍ୱିକେଟରେ ୪୬ ରନ୍ କରିଛି । ଓପ୍ନର କୁକ୍ ୨୧ ଓ ଜେନିଙ୍ଗସ ୨୦ ରନ୍ କରି ଖେଳୁଛନ୍ତି । ନୂଆ ବଲରେ ଭାରତୀୟ ପେସ୍ ବୋଲର୍ କିମ୍ବା ବୁମରା କେହି ବି ପ୍ରଭାବ ପକାଇ ପାରି ନାହାନ୍ତି । ଇଂଲଣ୍ଡର ଦୁଇ ଓପ୍ନର ସହଜରେ ଖେଳି ଚାଲିଛନ୍ତି । ବର୍ଷା ଯୋଗୁଁ ଆଜି ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ୬ ୱିକେଟରେ ୩୦୭ ରନରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆଉ ମାତ୍ର ୨୨ ରନ୍ ଯୋଡ଼ି ବାକି ୪ଟି ୱିକେଟ୍ ହରାଇଥିଲା ।  ନିଜ ପ୍ରଥମ ଟେଷ୍ଟରେ ୱିକେଟ୍ କିପର ଋଷଭ ପନ୍ତ ୨୪ ରନ୍ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଆଣ୍ଡର୍ସନ, ବ୍ରଡ୍ ଓ ଷ୍ଟୋକ୍ସ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଗତକାଲି ଅଧିନାୟକ ବିରାଟ କୋହଲି ୯୭ ରନ୍ କରି ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ରାହାଣେ ୮୧ ରନ୍ କରି କରିଥିଲେ ।

Leave A Reply

Your email address will not be published.