ନାଗପୁର : ଗତକାଲି ଭାରତୀୟ ଦଳ ଶେଷ ଟି-୨୦ ମ୍ୟାଚ୍ରେ ବଂଲାଦେଶକୁ ୩୦ ରନ୍ରେ ହରାଇ ମ୍ୟାଚ୍ ସହ ସିରିଜ୍ ବିଜୟୀ ହୋଇଛି । ତେବେ ଏହି ବିଜୟର ସମସ୍ତ ଶ୍ରେୟ ଯାଇଛି ପେସ୍ ବୋଲର୍ ଦୀପକ ଚହରଙ୍କ ପକ୍ଷକୁ । କାରଣ ବାଂଲାଦେଶ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଚହର ଏଭଳି ଝଡ଼ ବୁହାଇଲେ ଯେ ଭ୍ରମଣକାରୀ ଦଳର କୋଟିଏ ପରେ ଗୋଟିଏ ଓ୍ଵିକେଟ୍ ଖସିପଡ଼ିଲା ଠିକ୍ ତାସ୍ ଭଳି । ଚହର ହ୍ୟାଟ୍ରିକ୍ ନେବା ସହ ମାତ୍ର ୭ ରନ୍ ଦେଇ ୬ଟି ଓ୍ଵିକେଟ୍ ଦଖଲ କରିଥିଲେ । କେଇ ମିନିଟ୍ ଭିତରେ ମ୍ୟାଚ୍ର ପଟ ପରିବର୍ତ୍ତନ ହୋଇଗଲା । ବାଂଲାଦେଶ ହାତରୁ ମ୍ୟାଚ୍ ଖସି ଆସିଥିଲା ଭାରତ ହାତକୁ ।
#TeamIndia win by 30 runs to clinch the three-match series 2-1.#INDvBAN pic.twitter.com/vChBI1jjxW
— BCCI (@BCCI) November 10, 2019
ତେଣୁ ଏହି ସଫଳତା ପାଇଁ ଗତକାଲିଠାରୁ ଚହରଙ୍କୁ ସୋସିଆଲ ମିଡିଆରେ ଖାଲି ପ୍ରଶଂସାର ସୁଅ ଛୁଟି ଚାଲିଛି । ତେବେ ତା ଭିତରେ ଫ୍ୟାନ୍ମାନେ ଗୋଟିଏ କଥା ଲେଖିଛନ୍ତି । ଚହରଙ୍କ ଏଭଳି ସଫଳତା ପଛରେ ମହେନ୍ଦ୍ର ସିଂହ ଧୋନିଙ୍କ ହାତ ଅଛି । କାରଣ ଧୋନିଙ୍କ ନେତୃତ୍ୱାଧୀନ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସରେ ଚହର ଖେଳନ୍ତି । ତେଣୁ ଧୋନିଙ୍କ ଠାରୁ ବହୁତ କିଛି ଶିଖିଛନ୍ତି ।