କେନ୍ଦ୍ରାପଡା: ପାଚିଲା ଧାନ କିଆରିରେ ବୁଡି ରହିଛି ବର୍ଷା ଜଳ, ଗୁହାରି କଲେ ବି ଶୁଣିଲାନି ପ୍ରଶାସନ, ନଦୀବନ୍ଧ କାଟିଲେ ଚାଷୀ

କେନ୍ଦ୍ରାପଡା(କେନ୍ୟୁଜ୍):  ଶୁଣିଲାନି ପ୍ରଶାସନ, ଚାଷୀ କାଟିଲେ ନଦୀବନ୍ଧ । କେନ୍ଦ୍ରାପଡା ମହାକାଳପଡରେ ହେକ୍ଟର ହେକ୍ଟର ଚାଷ ଜମିରେ ବୁଲବୁଲ ପ୍ରଭାବରେ ପାଚିଲା ଧାନ କିଆରିରେ ବର୍ଷା ପାଣି ବୁଡି ରହିଛି । ଗୁପ୍ତଗିରି ନଦୀବନ୍ଧରେ ଜଳ ନିଷ୍କାସନ ପାଇଁ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଚାଷୀ ।

river wall cutting

ନଦୀବନ୍ଧ ନିକଟରେ ବେଆଇନ ଚିଙ୍ଗୁଡି ଚାଷ ସମସ୍ୟାକୁ ଦୁଇଗୁଣ କରିଛି । ଉଜୁଡା ଚାଷ ଜମିକୁ ଆଖି ଆଗରେ ଦେଖି ଗୁପ୍ତଗିରି ନଦୀବନ୍ଧ ହାଣି ଦେଇଛନ୍ତି । ଏହାସହ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ସ୍ଲୁଇସ ଗେଟ ନିର୍ମାଣ ଓ ଚିଙ୍ଗୁଡି ଘେରି ଉଚ୍ଛେଦ ନେଇ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ଚାଷୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.