ନିକଟରେ ହ୍ଵାଟ୍ସଆପ ଆଇଫୋନର ୟୁଜରମାନଙ୍କ ପାଇଁ ବିଟା ଭର୍ସନ ଜାରି କରିଥିଲା । ଏଥର ଆଇଫୋନର ବିଟା ଭର୍ସନରେ ଅନେକ ଭଲଫିଚର୍ସ ମଧ୍ୟ ଯୋଡାଯାଇଛି । ଆଇଫୋନର ନୂଆ ବିଟା ଭର୍ସନରେ ଫେସବୁକ ପେ ମଧ୍ୟ ଯୋଡାଯାଇଛି । ଏହାବ୍ୟତୀତ ନୂଆ ଅପଡେଟ ପରେ ଯଦି ଆପଣ କାହାକୁ ବ୍ଲକ କରିବେ ତାହେଲେ ତାକୁ ନୋଟିଫିକେସନ ମଧ୍ୟ ମିଳିବ ଯାହାକି ଆଜିପର୍ଯ୍ୟନ୍ତ ହୋଇନଥିଲା ।
ନୂଆ ଅପଡେଟ ପରେ ଆପଣ କାହାକୁ ବ୍ଲକ କରନ୍ତୁ କିମ୍ବା ଅନବ୍ଲକ ସବୁ ସ୍ଥିତିରେ ତାଙ୍କୁ ନୋଟିଫିକେସନ ମିଳିବ । ଏହି ଦୁଇଟି ଫିଚର୍ସ ହ୍ଵାଟ୍ସଆପର ଆଇଫୋନ ବିଟା ଭର୍ସନ 2.19.120.21ରେ ଦେଖିବାକୁ ମିଳିଛି । ଏହାର ସୂଚନା ହ୍ଵାଟ୍ସଆପର ଫିଚରକୁ ଟ୍ରାକ କରୁଥିବା ୱେବସାଇଟ WABetaInfoରେ ଦିଆଯାଇଛି ।
📝 WhatsApp beta for iOS 2.19.120.21: what’s new?
This update brings bug fixes and improvements, but it also includes two new features under development (that will be available in future): Blocked Contact Notice and Facebook Pay!https://t.co/hQHR1jrNns
— WABetaInfo (@WABetaInfo) November 19, 2019
ଏହାସହ ପଢ଼ନ୍ତୁ ବଦଳିଗଲା ହ୍ଵାଟ୍ସଆପର ଡିଜାଇନ, ଫଟୋରେ ଦେଖନ୍ତୁ ନୂଆ ଲୁକ
ସୂଚନା ଅନୁଯାୟୀ ନିକଟରେ ଫେସବୁକର ନୂଆ ପେମେଣ୍ଟ ସିଷ୍ଟମ Facebook Payକୁ ଆମେରିକାରେ ଲଞ୍ଚ କରାଯାଇଛି । ଏହାଦ୍ୱାରା ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରର ୟୁଜର ମାନେ ଅନଲାଇନ ପେମେଣ୍ଟ କରିପାରିବେ ଓ ଅତିଶୀଘ୍ର ଫେସବୁକ ଏହି ସିଷ୍ଟମକୁ ବିସ୍ତାର କରିବାକୁ ଯାଉଛି ।
ଫେସବୁକର କହିବା ଅନୁଯାୟୀ Facebook Payକୁ ଅତିଶୀଘ୍ର ଫଣ୍ଡରେଜିଙ୍ଗ, ଗେମ ପରଚେଜ, ପର୍ସନ ଟୁ ପର୍ସନ ପେମେଣ୍ଟ ଏବଂ ବ୍ୟବସାୟୀ ମାନଙ୍କ କିଣାକିଣି ପାଇଁ ଆରମ୍ଭ କରାଯିବ । ଏହାସହିତ କମ୍ପାନୀର ମୁଖ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ଏହାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ । ତାଛଡା ହ୍ଵାଟ୍ସଆପ ଏବଂ ଇନଷ୍ଟାଗ୍ରାମ ୟୁଜର୍ସ ମାନଙ୍କୁ ମଧ୍ୟ ପେମେଣ୍ଟ କରିବାର ସୁବିଧା ମିଳିବ ।