ଗ଼ଞ୍ଜାମ: ଖଲ୍ଲିକୋଟ ଥାନା କେଶରପୁର ପେଟ୍ରୋଲ ପମ୍ପ ନିକଟରେ ମର୍ଡର, ଠେଙ୍ଗା ଓ ପଥରରେ ପିଟିପିଟି ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ଗ଼ଞ୍ଜାମ: ପିଟିପିଟି ମାରିଦେଲେ । ଗ଼ଞ୍ଜାମ ଖଲ୍ଲିକୋଟ ଥାନା କେଶରପୁର ପେଟ୍ରୋଲ ପମ୍ପ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଶଙ୍କର ପାହନ। ଗତକାଲି ରାତିରେ ୩ରୁ ୪ ଜଣ ଦୁର୍ବୃତ୍ତ ଆସି ଶଙ୍କରଙ୍କୁ ଠେଙ୍ଗା ଓ ପଥରରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ଶତୃତାର ଶଙ୍କରଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ତେବେ ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।