ଜାଣନ୍ତୁ ଘୋଡା ନାଲ କ’ଣ ଏବଂ ଏହାକୁ କାହିଁକି ଘର ବାହାରେ ଲଗାଯାଏ

ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ କୌଣସି ଲୋକମାନଙ୍କ ଘର ଭିତରେ ବା ବାହାରେ କିମ୍ବା କୌଣସି ଉଚିତ ସ୍ଥାନରେ ଘୋଡା ନାଲ ଟଙ୍ଗା ଯାଇଥାଏ। କିଛି ଲୋକମାନେ ଏହାକୁ ଘର ଭିତରେ ମଧ୍ୟ ଲଗାଇଥାନ୍ତି। ଘୋଡା ନାଲକୁ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିମ୍ବା ଯେଉଁ ରୁମ୍‌ ରେ ଆପଣ ରହିଥାନ୍ତି ସେହି ଘରର ବାହାର ପଟେ ଲଗାଯାଇଥାଏ। ତେବେ ଆଜି ଆମେ ଆପଣେଙ୍କୁ କହିବାକୁ ଯାୁଛୁ ଗୋଡା ନାଲ ଲଗାଇବା ଦ୍ୱାରା କର ହୋଇଥାଏ ଏବଂ ଲଗାଇବାର ସଠିକ୍‌ ସ୍ଥାନ।

ଘୋଡା ନାଲ କ’ଣ

ଘୋଡାର ପାଦ ତଳେ ୟୁ ସେଭ୍‌ ଆକାରର ଏକ ଲୁହା ଲଗାଯାଇଥାଏ। ଯାହାଦ୍ୱାରା ଘୋଡାକୁ ଚାଲିବା କିମ୍ବା ଦୌଡିବାରେ ଅସୁବିଧା ହୋଇନଥାଏ। କିନ୍ତୁ ଆଜିକାଲି ମାର୍କେଟରେ ଘୋଡା ନାଲ ବଦଳରେ ଖାଲି ନାଲ ହିଁ ମିଳିଥାଏ, ଯାହାକୁ କୌଣସି ଘୋଡା ବ୍ୟବହାର କରିନଥାଏ। ପ୍ରାଚୀନ କାଳରେ ଯେଉର୍ ଘୋଡାର ନାଲ ଖରାପ ହେଇଯାଉଥିଲା ସେହି ନାଲକୁ ବ୍ୟବହାର କରାଯାଉଥିଲା।

Horseshoeଜାଣନ୍ତୁ ଏହାକୁ ବ୍ୟବହାର କରିବା ପଛର କାରଣ

-ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରର ମୁଖ୍ୟ ଦ୍ୱାର ଉତ୍ତର, ଉତ୍ତର-ପଶ୍ଚିମ କିମ୍ବା ପଶ୍ଚିମରେ ହୋଇଥାଏ ତେବେ ଏହି ଘରର ବାହାରେ ଘୋଡା ନାଲ ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାରରେ କଳା ଘୋଡା ନାଲ ଲଗାଇବା ଦ୍ୱାରା ଘରେ କୌଣସି ପ୍ରକାର ଖରାପ ନଜର ଲାଗିନଥାଏ।

-ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କଳା ଘୋଡାର ପାଦରେ ଶନିଙ୍କର ବିଶେଷ ପ୍ରଭାବ ରହିଥାଏ। ନାଲ ଲୁହାରେ ପ୍ରସ୍ତୁତ ହୋଇଥାଏ। ଲୁହା ଶନିର ଧାତୁ ଏବଂ ଶନିଙ୍କର ପ୍ରିୟ ରଙ୍ଗ କଳା ହୋଇଥିବାରୁ ଶନିଙ୍କ ପ୍ରକୋପ ସମାପ୍ତ ହୋଇଯାଇଥାଏ।

-ମାନ୍ୟତା ରହିଛି କଳା ଘୋଡା ନାଲକୁ ଯଦି କଳା କପଡାରେ ବାନ୍ଧି ଶସ୍ୟରେ ରଖାଯାଏ ତେବେ ଜୀବନରେ କେବେ ଶସ୍ୟର ଅଭାବ ରହିବ ନାହିଁ।

-ଏହାବ୍ୟତୀତ କଳା ଘୋଡା ନାଲକୁ କୌଣସି କଳା କପଡାରେ ବାନ୍ଧି ଆଲମାରୀରେ ରଖିଲେ ମଧ୍ୟ ଧନ ବୃଦ୍ଧି ହୋଇଥାଏ।

-କୁହାଯାଇଥାଏ ଯଦି କୌଣସି ଘୋଡା ଦୌଡି ଯିବା ସମୟରେ ନାଲ ପାଦରୁ ବାହାରି ଯାଇଥାଏ ଏବଂ ଆପର ସେହି ନାଲକୁ ପାଇଥାନ୍ତି ତେବେ ତାକୁ ଘରକୁ ଆଣି ଉଚିତ ସ୍ଥାନରେ ରଖିବା ଦ୍ୱାରା ଘରୁ ଦୁଭାର୍ଗ୍ୟ ଦୂର ହେବା ସହ ଖୁସି ଆସିଥାଏ।

-ଦୋକାନ ବାହାରେ ମଧ୍ୟ ଘୋଡା ନାଲ ଟାଙ୍ଗିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ।

ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ଶଙ୍କର ୧୯ଟି ଅବତାର ଧାରଣ କରିବାର କିଛି ରୋଚକ ତଥ୍ୟ

door1କ’ଣ ଘର ବାହାରେ ଘୋଡା ନାଲ ଲଗାଇବା ଉଚିତ

ବିଦ୍ୱାନମାନଙ୍କ କହିବାନୁଯାୟୀ ଏହା ଉଚିତ ନୁହେଁ। କାରଣ ଦ୍ୱାରା ଉପରେ ଗଣେଶଙ୍କ ପ୍ରତିମା ବା ଚିତ୍ର କିମ୍ବା କୌଣସି ମଙ୍ଗଳ ପ୍ରତୀକ ସ୍ଥାପିତ କରାଯାଇଥାଏ। ଏହିକାରଣରୁ ଘର ବାହାରେ ଘୋଡା ନାଲ ଲଗାଇବା ପୂର୍ବରୁ କୌଣସି ବିଦ୍ୱାନଙ୍କ ଠାରୁ ପରାମର୍ଶ ନେଇ ଲଗାନ୍ତୁ।

Leave A Reply

Your email address will not be published.