ନିର୍ଭୟାକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି, ଅଭିଯୁକ୍ତ ଅକ୍ଷୟ ସିଂହର ରିଭ୍ୟୁ ପିଟିସନର ଶୁଣାଣି ପରେ ଧାର୍ଯ୍ୟ ହେବ ଦିନ

ନୂଆଦିଲ୍ଲୀ: ନିର୍ଭୟାକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି। ଡିସେମ୍ବର ୧୭ ତାରିଖରେ ଅଭିଯୁକ୍ତ ଅକ୍ଷୟ ସିଂହର ରିଭ୍ୟୁ ପିଟିସନର ଶୁଣାଣି ପରେ ଫାଶୀର ଦିନ ଧାର୍ଯ୍ୟ ହୋଇପାରେ ଜଣାପଡ଼ିଛି। ସେପଟେ ଅଭିଯୁକ୍ତଙ୍କୁ ମାନସିକ ପ୍ରସ୍ତୁତ ସହ ଶେଷ ଇଚ୍ଛା ପ୍ରସ୍ତୁତ କରି ରଖିବାକୁ ଜେଲ କର୍ତ୍ତୃପକ୍ଷ ଜଣାଇଦେଇଛନ୍ତି। ଏହା ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପୱନ ଗୁପ୍ତାର ରିଭ୍ୟୁ ପିଟିସନକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରି ଦେଇଛନ୍ତି।

ରାଜକ୍ଷମା ଅଗ୍ରାହ୍ୟ ହେବାର ୧୪ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ତିହାର ଜେଲରେ ଏକସଙ୍ଗେ ୪ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇପାରେ ବୋଲି କୁହାଯାଇଛି। ତେବେ ଫାଶୀ ଦେବାର ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। ଏହା ପୂର୍ବରୁ ଫାଶୀ ଦେବାର ଏକ ଟ୍ରାଏଲ କରାଯିବ। ତେବେ ଏକକାଳୀନ ଚାରିଜଣଙ୍କୁ ଫାଶୀ ଦେବା ତିହାର ଜେଲ କର୍ତ୍ତୃପକ୍ଷ ପାଇଁ ଚ୍ୟାଲେଞ୍ଜ ରହିଛି। ତିହାର ଜେଲରେ ଏକକାଳୀନ ଦୁଇଜଣଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି। ଫାଶୀ ପୂର୍ବରୁ ଅଭିଯୁକ୍ତମାନେ ନିଜର ଇଚ୍ଛା ପତ୍ର ପ୍ରସ୍ତୁତ ସହ ନିଜର ସାମଗ୍ରୀକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିପାରିବେ। ଫାଶୀ ପୂର୍ବରୁ ଅଭିଯୁକ୍ତଙ୍କ ଇଚ୍ଛା ମୁତାବକ ଖାଦ୍ୟ ଦିଆଯିବ। ଏହି ସମୟ ମଧ୍ୟରେ ସେମାନେ ଧାର୍ମିକ କାର୍ଯ୍ୟକ୍ରମ କରିପାରିବେ।

Leave A Reply

Your email address will not be published.