ସବୁ ପାର୍ଟିରେ ଗୋଟିଏ ହିଁ ଟି-ଶାର୍ଟ ପିନ୍ଧିଥାଆନ୍ତି ଏହି ଯୁବକ, କାରଣ ବହୁତ ଖାସ୍‌

ଯୁବତୀମାନେ ନିଜ ବୟଫ୍ରେଣ୍ଡଙ୍କୁ ଅନ୍ୟ ଯୁବତୀଙ୍କଠାରୁ ଅଲଗା ରଖିବା ପାଇଁ କ’ଣ କ’ଣ ନ କରନ୍ତି। ଏମିତି ହିଁ ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡଙ୍କୁ ଯୁବତୀମାନଙ୍କଠାରୁ ଦୂରେଇ ରଖିବା ପାଇଁ ଏକ ଉପାୟ ବାହାର କରିଛନ୍ତି। ଯାହା ସେ କରିଛନ୍ତି, ତାହା ବିଷୟରେ କେହି ବି ଭାବିପାରିବେ ନାହିଁ।

ପ୍ରକୃତ କଥା ହେଲା, ଯୁବତୀ ଜଣକ ନିଜ ବୟଫ୍ରେଣ୍ଡଙ୍କ ଟି-ଶାର୍ଟରେ ନିଜ ଫଟୋ ଏବଂ ମେସେଜ ଲେଖାଇଛନ୍ତି, ଯାହାକୁ ପଢ଼ି ସବୁ ଯୁବତୀ ତାଙ୍କଠାରୁ ଦୂରରେ ରହିବେ। ଏବେ ଏହି ତରିକା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। Leon Connelly ନାମକ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କ ଦଣ୍ଡର ଶିକାର ହୋଇଯାଇଥିବା ୟୁଜରମାନେ କମେଣ୍ଟ ଦେବାରେ ଲାଗିଛନ୍ତି।

ti33

Abbie Bartlett, ଯିଏ କି Leonଙ୍କ ପ୍ରେମିକା। ସେ ନିଜ ପ୍ରେମିକଙ୍କୁ ଉକ୍ତ ଟି-ଶାର୍ଟ ପିନ୍ଧାଇବା ପରେ କୌଣସି ପାର୍ଟିକୁ ଯିବା ପାଇଁ ଅନୁମତି ଦେଉଥିଲେ। ତାଙ୍କୁ ଲାଗୁଥିଲା, ଏମିତି କଲେ ଯୁବତୀମାନେ ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଦୂରେଇ ରହିବେ। Leonଙ୍କ ଟି-ଶାର୍ଟରେ ଲେଖାଯାଇଛି, ‘ଆଇ ହାଭ୍‌ ଏ ଗାର୍ଲଫ୍ରେଣ୍ଡ’। କହି ରଖୁଛୁ କି, Leon ଗତ ୬ ବର୍ଷ ହେବ ସବୁ ପାର୍ଟିରେ ସେହି ଗୋଟିଏ ଟି-ଶାର୍ଟ ପିନ୍ଧି ଆସୁଛନ୍ତି।

Leave A Reply

Your email address will not be published.